ରାଉରକେଲା, ୯/୧/୨୦୨୦ (ସନ୍ଧାନ ନିୟୁଜ): ବନ୍ଧମୁଣ୍ଡା ରେଳ ୱାର୍ଡରେ କୋଇଲା ନେଇ ଯାଉଥିବା ୱାଗନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଦମକଳ ବାହୀନି ଘଟଣା ସ୍ଥଳେର ପହଁଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି । କୋଇଲା ବୋଝେଇ ମାଲଗାଡିର ଏକ ୱାଗନରୁ ଧୂଆଁ ବାହାରୁ ଥିବା ଦେଖି ରେଳ କର୍ମଚାରୀ ମାନେ ସେହି ୱାଗନକୁ ମାଲଗାଡିରୁ ଅଲଗା କରିଥିଲେ ଓ ରାଉରକେଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଆସି କୋଇଲାରେ ଲାଗି ଥିବା ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ କାରଣରୁ କୋଇଲାରେ ନିଆଁ ଲାଗିଥିଲା ତାହାର କାରଣ ସ୍ପଷ୍ଟ ହୋଇ ପାରିନାହିଁ ।
କୋଇଲା ୱାଗନରେ ନିଆଁ
|
January 9, 2020 |



