କୋଇଲା ମାଫିଆଙ୍କ ମାଡରେ ଯୁବକ ଆହତ ଥାନାରେ ଏତଲା, ତଦନ୍ତ କରୁଛି ପୁଲିସ

Spread the love

ତିହିଡି, ୪/୧୨ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ମଙ୍ଗଳପୁର ଗାଁର ୨ ଜଣ କୋଇଲା ମାଫିଆଙ୍କ ମାଡରେ ଜଣେ ଯୁବକ ଆହତ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ଏତଲା କ୍ରମେ ପୁଲିସ ତଦନ୍ତ କରୁଥିବା ଜଣାଯାଇଛି । ପ୍ରକାଶ ଥାଉକି, ମଙ୍ଗଳପୁର ଗାଁର ଲକ୍ଷ୍ମୀଧର ମହାଳିକଙ୍କ ପୁଅ ଦେବାଶିଷ ମହାଳିକ ସ୍ଥାନୀୟ ରେଲୱେ ଲେବୁଲ୍ କ୍ରସି ନିକଟ ଦେଇ ମଙ୍ଗଳବାର ଦିବା ପ୍ରାୟ ୪ ଘଟିକାରେ ଘରକୁ ଯାଉଥିଲେ । ଏହି ସମୟରେ ଏକ ଟ୍ରାକ୍ଟର ଯୋଗେ ପାଖ ରେଳଧାରଣା ନିକଟରେ ପଡିଥିବା କୋଇଲା ବସ୍ତାକୁ ଲୋଡିଂ କରାଯାଉଥିବା ଏବଂ ତାଙ୍କ ଗାଁର କେତେକ ବ୍ୟକ୍ତି ଉପସ୍ଥିତ ଥିବା ଦେଖିବାକୁ ପାଇଥିଲେ । ପରେ ସେ ଘରକୁ ଫେରୁଥିବା ବାଟରେ ଦୁଇ ଜଣ ନିର୍ଦ୍ଦିଷ୍ଟ ଯୁବକ ତାଙ୍କୁ ଅଟକାଇ ଆମ କୋଇଲାକୁ ଧରାଇ ଦେଲୁ ବୋଲି କହିବା ସହିତ ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଦେବାଶିଷ ଏହାର ପ୍ରତିବାଦ କରିବାରୁ ତାଙ୍କ ତଣ୍ଟିକୁ ଧରି ତଳେ ଘୋଷାରି ଦେବା ସହିତ ମାଡ ମଧ୍ୟ ମାରିଥିଲେ । ଦେବାଶିଷଙ୍କ ଚିକ୍ରାର ଶୁଣି ଗାଁଲୋକେ ଦୌଡି ଆସିବାରୁ ଅଳ୍ପକେ ରକ୍ଷା ପାଇଥିଲେ । ଅଭିଯୁକ୍ତମାନେ ସେଠାରୁ ପଳେଇ ଯିବା ବାଟରେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି ।

Related Posts

About The Author

Add Comment