କୋଇଲା ଚୁଲା ନିଆଁରେ ଦମ୍ପତି ଜୀବନ୍ତ ଦଗ୍ଧ

Spread the love

ଝାରସୁଗୁଡ଼ା, 16/10 (ସନ୍ଧାନ ନ୍ୟୁଜ୍) :- ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ରାମପୁର ଧୋଉଡ଼ାପଡ଼ାରେ କୋଇଲା ଚୁଲା ନିଆଁରେ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ବୋଲି ସ୍ଥାନୀୟ ପୁଲିସ ଶୁକ୍ରବାର କହିଛି । ମୃତ ସ୍ୱାମୀ ଓ ସ୍ତ୍ରୀ ହେଲେ ଗିରିବର ଦାଶ ଓ ଗୀତା ଦାଶ । ସୂଚନା ଅନୁସାରେ, ଗୀତା ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେଉଥିବା ବେଳେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା । ପତ୍ନୀଙ୍କ ଚିତ୍କାର ଶୁଣି ବଞ୍ଚାଇବାକୁ ଆସିଥିବା ଗିରିବର ବି ନିଆଁରେ ଜଳିଯାଇଥିଲେ । ଘଟଣାକୁ ସ୍ଥାନୀୟ ଲୋକ ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Related Posts

About The Author

Add Comment