ଯାଜପୁର ସଦର, ୨୫/୧୨ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ଅତଲାପୁର ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ୧୪ ନଂ ୱାର୍ଡର ୱାର୍ଡ ସଭ୍ୟ ନରେନ୍ଦ୍ର ସାହୁଙ୍କ ନାମରେ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଅତଲାପୁର ପଞ୍ଚାୟତର ବି.ଜେ.ଡ଼ି ସରପଞ୍ଚ ପ୍ରଫୁଲ୍ଲକୁମାର ସାହୁ ୧୪ ନଂ ୱାର୍ଡର ୱାର୍ଡ ସଭ୍ୟ ନରେନ୍ଦ୍ର କୁମାର ସାହୁଙ୍କ ମଧ୍ୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାକୁ କେନ୍ଦ୍ରକରି ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଫୁଲ୍ଲ ସାହୁ କାର୍ଯ୍ୟ କରୁଥିବା ବେଳେ, ଦିନ ୨ଟା ସମୟରେ ଶ୍ରୀ ସାହୁ ଅଫିସ କାର୍ଯ୍ୟାଳୟରରେ ପହଁଞ୍ଚô ସରପଞ୍ଚଚ ଶ୍ରୀ ସାହୁଙ୍କୁ ଗାଳି ଗୁଲଜ କରିବା ସହିତ ସରପଞ୍ଚଙ୍କୁ ଚାପୁଡ଼ା ମାରି ଛୁରୀରେ ହତ୍ୟା କରିବା ପାଇଁ ଜୀବନରୁ ମାରିଦେବା ପାଇଁ ଧମକ ଦେବା ସହିତ ସରପଞ୍ଚଚ ପ୍ରଫୁଲ୍ଲ ସାହୁଙ୍କୁ ମାଡ଼ ମାରିଥିଲେ । ୱାର୍ଡ ସଭ୍ୟ ନରେନ୍ଦ୍ର ସାହୁଙ୍କ ସହିତ ଅନ୍ୟ ସହଯୋଗି ମାନେ ନରେନ୍ଦ୍ର ସାହୁଙ୍କୁ ସାହାଯ୍ୟ କରିଥିଲେ । ଏହି ଘଟଣାକୁ ନେଇ ସରପଞ୍ଚ ଶ୍ରୀ ସାହୁ କୁଆଖିଆ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଉକ୍ତ ପଞ୍ଚାୟତରେ ବ୍ୟାପକ ଦୃର୍ନିତି ଅନିୟମିତତା ହୋଇଥିବା ୧୬ ତାରିଖରେ ରସୁଲପୁର ବି.ଡି.ଓ ଶ୍ରୀଯୁକ୍ତ ପରିଡ଼ା ନିକଟରେ ଅଭିଯୋଗ କରାଯାଇଥିଲା । ଏହି ଘଟଣାକୁ ତଦନ୍ତ କରିବା ପାଇଁ ଅତିରିକ୍ତ ବି.ଡି.ଓ ବ୍ଲକ୍ ଅଧିକାରୀମାନେ ଏହି ପଞ୍ଚାୟତକୁ ଆସି ଫେରିଯାଇଥିଲେ । ଏହି ଖବର ପାଇଁ ୧୪ ନଂ ୱାର୍ଡର ୱାର୍ଡ ସଭ୍ୟ ନରେନ୍ଦ୍ର କୁମାର ସାହୁ ଘରକୁ ଆସୁଥିବା ବେଳେ, ଅତଲାପୁର ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ୱାର୍ଡ ସଭ୍ୟଙ୍କ ଗାଡ଼ି ଚାବି ନେଇଯିବା ସହିତ ୱାର୍ଡ ସଭ୍ୟଙ୍କୁ ସରପଞ୍ଚ ମାଡ଼ ମାରିଥିବାକୁ ନେଇ ୱାର୍ଡ ସଭ୍ୟ ନରେନ୍ଦ୍ର ସାହୁ କୁଆଖିଆ ଥାନାରେ ଏକ କାଉଣ୍ଟର କେସ କରାଯାଇଥିବା ଜଣାଯାଇଚି । ରିପୋର୍ଟ ଲେଖା ହେବା ବେଳକୁ କୁଆଖିଆ ଥାନାରେ ଦୁଇ ପକ୍ଷ ଅଭିଯୋଗ କରିଥିବା ଜଣାଯାଇଚି ।
କେବେ ବନ୍ଧା ହେବେ ବିଜେଡି ସରପଂଚ; ଥାନରେ ଏତଲା ରୁଜୁ ହୋଇଥିଲେ ମଧ୍ୟ ….
|
December 26, 2019 |