କେନ୍ଦ୍ର ଯୋଜନାକୁ ନାଁ ବଦଳାଇବା ଏବଂ ବିଭିନ୍ନ ଦୁର୍ନିତି ବିରୋଧରେ ବ୍ଲକ ସମ୍ମୁଖରେ ବଡଚଣା ବିଜେପିର ବିକ୍ଷୋଭ ଓ ପ୍ରତିବାଦ ସଭା

Spread the love

ଚଣ୍ଡିଖୋଲ,୨୭/୯ (ସନ୍ଧାନ ନିୟୁଜ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ବଦଳାଇ ହିତାଧିକାରୀଙ୍କୁ ମନଇଛା ବାଂଟିିବାକୁ ନେଇ ଆଜି ବଡଚଣା ବ୍ଲକ ସମ୍ମୁଖରେ ବଡଚଣା ବିଜେପି ପକ୍ଷରୁ ବିକ୍ଷୋବ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲା ବିଜେପି ଉପସଭାପତି ଦେବଯାନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏବଂ ଅମର ନାୟକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ରାଜ୍ୟ ସରକାର କ୍ରମାଗତଭାବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଯୋଜନାକୁ ରାଜ୍ୟ ସରକାର ‘ବିଜୁ ପକ୍କାଘର’ ଓ ମୋଆବାସ ଯୋଜନାରେ ହେଉଛି ବୋଲି କହି ବଡଚଣାବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦି ସରକାରଙ୍କ ବିଭିନ୍ନ ଯୋଜନାକୁ ଲାଗୁକରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଳାଇ ବାହା ବାହା ନେବାକୁ ଚେଷ୍ଠା କରୁଛନ୍ତି ବୋଲି କହିଛନ୍ତି ବଡଚଣା ବିଜେପି ନେତା ତଥା ରାଜ୍ୟ ମୁଖପାତ୍ର ଅମର ନାୟକ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ଦିଆଯାଉଥିବା କହି ହିତାଧିକାରୀଙ୍କୁ ପ୍ରଲୋଭିତ କରୁଥିବାରୁ ଏହା ଏକ ଅଗଣତାନ୍ତ୍ରୀକ ବୋଲି କହିଛନ୍ତି ଜିଲା ବିଜେପି ସଭାପତି ଗୌତମ ରାୟ । ଏପରିକି ଚଳିତ ବଜେଟରେ ବିଜୁ ପକ୍କା ଘର ଯୋଜନାରେ ରାଜ୍ୟରେ ଟଙ୍କାଟିଏ ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀ ଗତ କିଛି ଦିନପୂର୍ବେ ରାଜ୍ୟର ୪ କୋଟି ଲୋକଙ୍କୁ ବିଜୁ ପକ୍କାଘର ଯୋଗାଇ ଦିଆଯିବ ବୋଲି କହିବା ନିହାତି ହାସ୍ୟାସ୍ପଦ ବୋଲି ଉଭୟ ନେତା ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ପୂର୍ବରୁ ଯେତେ ବିଜ୍ଞାପନ ରାଜ୍ୟ ସରକାର କରିଛନ୍ତି ସେଥିରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କାଟି କେବଳ ମୋ ଆବାସ ଯୋଜନା କହି ଜନସାଧାରଣଙ୍କୁ ବିଭ୍ରାନ୍ତି କରିଚାଲିଛନ୍ତି । ଏହି ଯୋଜନାରେ ଗୋଟିଏ ପରିବାରରୁ ହାରାହାରି ୩/୪ ଜଣ ବ୍ୟକ୍ତି ଦଳୀୟ ଭିର୍ତ୍ତିରେ ପ୍ରଦାନ କରାଯାଇଥିବା ବେଳେ ସାଧାରଣ ଲୋକଟିଏ ଭଙ୍ଗା ଘରେ ନିଜର ଜୀବନ ଅତିବାହିତ କରୁଛି ବୋଲି ବିଜେପି ପକ୍ଷରୁ ଏହାକୁ ପ୍ରତିବାଦ କରାଯାଉଛି ଏବଂ ଆଗାମି ଦିନରେ ଏପରି ନକରିବାକୁ ବ୍ଲକ ପ୍ରଶାସନକୁ ସଚେତନ କରି ଦିଆଯାଉଛି ବୋଲି ବିଜେପି କର୍ମକତ୍ତାମାନେ ନିଜନିଜର ଅଭିଭାଷଣରେ କହିଛନ୍ତି । ଆଜିବି ରାଜ୍ୟରେ ୩୦ ଲକ୍ଷ ଲୋକଙ୍କ ପାଖରେ ପକ୍କାଘର ନାହିଁ ମାତ୍ର ରାଜ୍ୟ ସରକାର ଗତ ବିଧାନସଭାରେ ସମୁଦାୟ ୨୦ ଲକ୍ଷ ପକ୍କା ଘରରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଏବଂ ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି ବୋଲି ମତରଖିଥିଲେ । କେନ୍ଦ୍ର ସରକାର ୨୦୧୭-୧୮ ଆର୍ଥିକ ବର୍ଷରେ ୩ ୧୦୦ କୋଟି ଏବଂ ୨୦୧୮-୧୯ରେ ୩୬୦୦ କୋଟି ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୪୮୨୦ କୋଟି ଟଙ୍କା ଅନୁଦାନ ଦେଛନ୍ତି ବୋଲି ଅମର ନାୟକ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାକୁ ସଠିକ ଭାବେ ବିନିଯୋଗ କରିବାକୁ ଆଜି ଜିଲା ବିଜେପି ସଭାପତି ଗୌତମ ରାୟ ଏବଂ ରାଜ୍ୟ ବିଜେପି ପ୍ରବକ୍ତା ଅମର ନାୟକ ବ୍ଲକ ପ୍ରଶାସନକୁ ସଚେତନ କରିଛନ୍ତି । ଏହା କରାନଗଲେ ଆଗାମି ଦିନରେ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇ ଆନେ୍ଦାନ କରାଯିବ ବୋଲି ଚେତାବନି ଦିଆଯାଇଛିି । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, ବେଣୁଧର ବିଶ୍ୱାଳ, ପ୍ରମୋଦ ଜେନା, ବିଚିତ୍ରାନନ୍ଦ ମହାପାତ୍ର, ସାରଦା ରାଉତ, ରମାକାନ୍ତ ରାଉତ, ଚିନ୍ମୟ ସାହୁ, ଧୂଳେଶ୍ୱର ଦାସ. ଫକିର ସାମଲ, ରମେଶ ପୃଷ୍ଟି, ବିନୋଦ ଜେନା, ଧିରେନ୍ଦ୍ର ରାଉତ, ପ୍ରଦିପ୍ତ ଜେନା, ବିଭୁତିଭୁଷଣ ବଳସାନନ୍ତ, ପ୍ରଦିପ୍ତ ସାମଲ, ଅଭୟ କୁମାର ତରାଇ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ଭାଷଣ ଦେଇଥିଲେ । ପରେ ଏକ ପ୍ରତିନିଧିଙ୍କ ଦ୍ୱାରା ରାଜ୍ୟପାଳଙ୍କ ଉଦେ୍ର୍ଦଶ୍ୟରେ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା ।

Related Posts

About The Author

Add Comment