କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ +୩ ପରୀକ୍ଷା ଫଳ ୯୪.୫୮ ପ୍ରତିଶତ : କଳାରେ ଅଙ୍କିତା, ବାଣିଜ୍ୟରେ ପୁଷ୍ପାଞ୍ଜଳି, ବିଜ୍ଞାନରେ ତନୁଜା ଟପର
କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ +୩ ପରୀକ୍ଷା ଫଳ ୯୪.୫୮ ପ୍ରତିଶତ : କଳାରେ ଅଙ୍କିତା, ବାଣିଜ୍ୟରେ ପୁଷ୍ପାଞ୍ଜଳି, ବିଜ୍ଞାନରେ ତନୁଜା ଟପର
Manas Kumar Rout |
May 18, 2019 |
କେନ୍ଦ୍ରାପଡା, ୧୮/୫ (ସନ୍ଧାନ ନିୟୁଜ) କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସାମଗ୍ରିକ ଭାବେ ମହାବିଦ୍ୟାଳୟର ପରୀକ୍ଷା ଫଳ ୯୪.୫୮ ପ୍ରତିଶତ ହୋଇଥିବା ବେଳେ କଳାରେ ଶତକଡା ୯୫.୭୩ ପ୍ରତିଶତ, ବାଣିଜ୍ୟରେ ୯୨.୩ ପ୍ରତିଶତ ଓ ବିଜ୍ଞାନରେ ୯୫.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡିଛି। ବିଜ୍ଞାନ ବିଭାଗର ଛାତ୍ରୀ ତନୁଜା ପ୍ରିୟଦର୍ଶିନୀ ଦାଶ ରସାୟନ ବିଜ୍ଞାନ ଅନର୍ସରେ ୮୯.୬୫ ପ୍ରତିଶତ ମାର୍କ ରଖି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର (ଶ୍ରେଷ୍ଠଛାତ୍ରୀ)ଟପର ଭାବେ ଗୈାରବ ଅର୍ଜ୍ଜନ କରିଥିବା ବେଳେ କଳା ବିଭାଗରେ ଅଙ୍କୀତା ନାୟକ ଶିକ୍ଷା ଅନର୍ସରେ ୮୩.୩ ପ୍ରତିଶତ ମାର୍କ ରଖି କଳା ବିଭାଗର ଟପର ହୋଇଥିବା ବେଳେ ବାଣିଜ୍ୟ ବିଭାଗରେ ପୁଷ୍ପାଞ୍ଜଳି ବିଶ୍ୱାଳ ବାଣିଜ୍ୟ ଅନର୍ସରେ ୮୦ ପ୍ରତିଶତ ମାର୍କ ରଖି ବାଣିଜ୍ୟ ବିଭାଗର ଟପର ହୋଇଛନ୍ତି। ଏହି ତିନିଜଣ ଛାତ୍ରୀଙ୍କୁ ଆଜି କଲେଜ ପକ୍ଷରୁ ପୁଷ୍ପଗୁଛ ଓ ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। କଲେଜର ରସାୟନ ବିଜ୍ଞାନ ଅନର୍ସରେ ତନୁଜା ପ୍ରିୟଦର୍ଶିନୀ ଦାଶ, ପଦାର୍ଥ ବିଜ୍ଞାନ ଅନର୍ସରେ ସରୋଜ କୁମାର ପ୍ରଧାନ, ପ୍ରାଣୀବିଜ୍ଞାନ ଅନର୍ସରେ ସୁଶ୍ମିତା ପାଣି, କମ୍ପୁ୍ୟଟର ବିଜ୍ଞାନ ଅନର୍ସରେ ପ୍ରତ୍ୟାଶା ମହାନ୍ତି, ଅର୍ଥନୀତି ଅନର୍ସରେ ଜ୍ଞାନରଞ୍ଜନ ମଲ୍ଲିକ, ଇଂରାଜି ଅନର୍ସରେ ବନଲତା କରି, ଭୂଗୋଳ ଅନର୍ସରେଶେଷଦେବ ସାମଲ, ହିନ୍ଦି ଅନର୍ସରେ ସୋନୁପ୍ରିୟା ଭଦ୍ର, ଇତିହାସ ଅନର୍ସରେ ରଞ୍ଜନ କୁମାର ସେଠୀ, ଶିଳ୍ପାୟନ ସମାଜବିଜ୍ଞାନ ଅନର୍ସରେ ଜାହିଦା ଆରା, ଗଣିତ ଅନର୍ସରେ ଆୟାଶା ସ୍ୱାଇଁ, ଓଡିଆ ଅନର୍ସରେ ଗାୟତ୍ରୀ ସାହୁ, ଦର୍ଶନଶାସ୍ତ୍ର ଅନର୍ସରେ ମହମ୍ମଦ ଅବଦୁଲ ଖାଲିକ ଖାନ, ରାଜନୀତି ବିଜ୍ଞାନ ଅନର୍ସରେ ଶୁଭଲକ୍ଷ୍ମୀ ପଣ୍ଡା, ମନୋବିଜ୍ଞାନ ଅନର୍ସରେ ହୃଷିକେଶ ରାଉତ, ସଂସ୍କୃତ ଅନର୍ସରେ ଅନୀତା ମହାନ୍ତି, ସମାଜବିଜ୍ଞାନ ଅନର୍ସରେ ରୋଜାଲିନି ପ୍ରିୟଦର୍ଶିନୀ ବାରିକ ଓ ପରିସଂଖ୍ୟାନ ଅନର୍ସରେ ଶଶ୍ମିତା ସାହୁ ଟପର ହୋଇଥିବା ଜଣାପଡିଛି। କଳା ବିଭାଗରେ ମୋଟ ୨୫୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କସନରେ ୧୭୧, ପ୍ରଥମ ଶ୍ରେଣୀରେ ୨୪, ଦ୍ୱିତୀୟ ଶ୍ରେଣୀରେ ୫୨ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣଙ୍କର ପରୀକ୍ଷା ଫଳ ସ୍ଥଗିତ ରହିଛି ଏବଂ ୧୦ ଜଣ ଫେଲ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ୨୬୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାଷ୍ଟକ୍ଲାସ ଡିଷ୍ଟିଙ୍କସନରେ ୯୦ ଜଣ, ଫାଷ୍ଟ ଡିଭିଜନରେ ୫୯ଜଣ, ସେକେଣ୍ଡ ଡିଭିଜନରେ ୮୯ଜଣ ପାସ କରିଥିବା ବେଳେ ୨ଜଣଙ୍କ ଫଳ ଅପ୍ରକାଶିତ ରହିଛି ଓ ୨୦ଜଣ ଫେଲ ହୋଇଛନ୍ତି। ସେହିଭଳି ବିଜ୍ଞାନରେ ୨୫୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାଷ୍ଟକ୍ଲାସ ଡିଷ୍ଟିଙ୍କସନରେ ୧୬୮, ଫାଷ୍ଟ ଡିଭିଜନରେ ୬୯ଜଣ, ସେକେଣ୍ଡ ଡିଭିଜନରେ ୮ଜଣ ପାସ କରିଥିବା ବେଳେ ୧୨ଜଣ ଫେଲ ହୋଇଥିବା ଜଣାପଡିଛି। କଲେଜର ଇଗ୍ନୋ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପାଧ୍ୟକ୍ଷଗୋପାଳ ଚନ୍ଦ୍ର ବେହେରା, ଅଧ୍ୟାପକ ଡଃ.ଶ୍ରୀଧର ସାମଲ, +୩ର ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ଡଃ.ଦେବେନ୍ଦ୍ର ନାଥ ଗୋଛାୟତ, ସହକାରୀ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ରମାନାଥ ମହାନ୍ତି, ତ୍ରିଲୋଚନ ପ୍ରଧାନ, ମନୋଜ କୁମାର ମିଶ୍ର, ରଞ୍ଜିତ କୁମାର ଦା.ଡଃ.ଅନ୍ନପୂର୍ଣ୍ଣା ସୁଆର ପ୍ରମୁଖ ଉପସ୍ଥିତ ଥିଲେ।
Report- P Malik
Related Posts
About The Author