କେନ୍ଦ୍ରାପଡାରେ ନଗ୍ନ ଚିତ୍ର: କୁକୁର ମୁଖରେ ସଦ୍ୟ ଜନ୍ମିତ ଶିଶୁ କନ୍ୟା, ଭାଇରଲ ହେଲା ଫଟୋ

Spread the love

କେନ୍ଦ୍ରାପଡା, ୧୨/୪ (ସନ୍ଧାନ ନିୟୁଜ) ନିଷ୍ପାପ ଶିଶୁ ଟି ର ଭୁଲ ଥିଲା କେଉଁଠି? କେନ୍ଦ୍ରାପଡାରେ ନଗ୍ନ ଚିତ୍ର।କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖରେ ମେନ୍ ରୋଡ୍ ଉପରେ କିଭଳି ଏକ ନବଜାତ ଶିଶୁ କନ୍ୟାକୁ କୁକୁର ଟେକିନେଇ ଝୁଣି ଝୁଣି ଖାଉଛି ଟିକେ ଆପଣମାନେ ଭଲଭାବରେ ଏହି ଦୃଶ୍ୟଟିକୁ ଦେଖିନିଅନ୍ତୁ । କେନ୍ଦ୍ରାପଡା ଡାକ୍ତରଖାନାର ସମ୍ମୁଖରେ ଏକ ଶିଶୁ ସଦ୍ୟ ଜନ୍ମିତ ଶିଶୁ କନ୍ୟାକୁ କୁକୁର ମାନେ ଝୁଣି ଖାଇଥିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ତେବେ ଶିଶୁ କନ୍ୟାଟି ଜନ୍ମ ହେବ ପରେ କେହି ପୋଫାଡ଼ି ଦେଇଥିବା ଆଲୋଚନା ଚାଲିଥିବା ବେଳେ ତାହା ରାସ୍ତା ଉପରକୁ କେମିତି ଆସିଲା ଫହ ଏକ ବଡ ପ୍ରଶ୍ନ ବାଛି ସୃଷ୍ଟି କରିଛି | ଜିଲ୍ଲା ଚିକିତ୍ସାଧିକାରୀଣୀଙ୍କର ଯମାରୁ ନିଘାନାହିଁ  ନା ଏଥିପ୍ରତି ଜିଲ୍ଲା ପ୍ରଶାସନର ଅଛି ନଜର । ପ୍ରତିଦିନ ଶତାଧିକ କନ୍ୟା ଭୂଣ ହତାକରାଯାଉଥିଲେ ମଧ୍ୟ ରଜ୍ୟ ସରକାରଙ୍କର ଗୋଟେପରେ ଗୋଟେ ମିଥ୍ୟା ପଦକ୍ଷେପ୍ କୁଆଡେ ଫସର ଫାଟିଗଲାଣି । ରାଜ୍ୟରେ ହଜାର ହଜାର ଛତୁଫୁଟିଲା ପରି ବେଆଇନ୍ ନରସିଂଗ୍ ହୋମ୍ ଖୋଲାଯାଇଥିବା ବେଳେ ସରକାରୀ ମେଡିକାଲରେ ମଧ୍ୟ କରାଯାଉଛି ବେଆଇନ୍ ଭାବେ ଭୃଣହତ୍ୟା । ଭୃଣହତ୍ୟାକୁ ରୋକିବାପାଇଁ ରାଜସରକାର ଦିନକୁ ଦିନ ଯେତେ ନୂଆ ନୂଆ ଆଇନ୍ ବାହାର କରୁଛନ୍ତି । ଦେଖାଯାଉଛି ଦିନକୁ ଦିନ ବେଶି ପରିମିଣରେ କନ୍ୟା ଭୃଣହତା ବଢିବଢି ଚାଲିଛି। ନାଁକୁ ମାତ୍ର ସରକାର ଡିଣ୍ଡିମ ପିଟିଚାଲିଛନ୍ତି ଯେ-କନ୍ୟା ଭୃଣହତ୍ୟା ରୋକାଚାଲିଛି । ହେଲେ ସରକାରଙ୍କର ସବୁ ନୀୟମ କେବଳ କାଗଜ କଲମ ଆଉ ଫାଇଲ୍ ଭିତରେ ବନ୍ଧାଯାଇ ସୀମିତ ହୋଇରହିଯାଉଛି । ଯଦି ପ୍ରକୃର୍ତରେ ସରକାରୀ ନୀୟମାବଳୀ କାର୍ଯ୍ୟକାରି ହୁଅନ୍ତା ତେବେ ଏଭଳି ବିଚ୍ ରାସ୍ତା ଉପରେ କନ୍ୟା ଭୃଣ ହତ୍ୟା କରାଯାଇ ଡ୍ରେନରେ ଫୋପଡାଯାନ୍ତା ନାହିଁ କି କୁକୁର ରସ୍ତାଘାଟରେ କନ୍ୟା ଭୃଣକୁ ଧରି ବୁଲି ଖାନ୍ତାନାହିଁ । ଦେଖାଯାଉ ଆଗକୁ ଆମ ରାଜ୍ୟ ସରକାର ଆଉ ଆମ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ କେତେ ସଚେତନ ହୋଇ କାର୍ଯ୍ୟ କରୁଛନ୍ତି ଆପେ ଆପେ ଜଣାପଡିଯିବ .। ତେବେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ମୋଟା ରକମର ଉତ୍କଚ ନେଇ କନ୍ୟା ଭୂଣ ହତ୍ୟା କରାଯାଇଥିବା ଚର୍ଚା ଚାଲିଛି | ଏହା ଉପରେ ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ମାନବ ଅଧିକାର ବିଭାଗ ତଦନ୍ତ କରିବାକୁ ସାଧାରଣରେ ଦୃଦ ଦାବି ହେଉଛି |

Report by Manas Kumar Rout

Source- Pratibada Social media

Related Posts

About The Author

Add Comment