ବର୍ତ୍ତମାନ ୧୦୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ୫୬ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ବର ୦୩/୦୫ (ସନ୍ଧାନ ନିଉଜ) : ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ କେନ୍ଦୁଝର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରୁ ଜଣାପଡ଼ିଛି। କେନ୍ଦୁଝରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ପହଁଚିଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଁଞ୍ଚିଛି।
ଆଜି ବାଲେଶ୍ୱରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯୁବକ ଜଣକ କୋଲକାତା ଫେରନ୍ତା ୩୪ ବର୍ଷ। | ଏହା ସହିତ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ପହଁଚିଛି। ଗଞ୍ଜାମ ଜିଲ୍ଲାରୁ ଆଜି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।, ସୁରାଟ ଫେରନ୍ତା। ସେମାନଙ୍କ ବୟସ ଯଥାକ୍ରମେ ୧୭ ବର୍ଷ ପୁରୁଷ ଏବଂ ୨୨ ବର୍ଷ ପୁରୁଷ। ଅନ୍ୟ ଏକ ମାମଲା ଝାରସୁଗୁଡାରୁ ୪୦ ବର୍ଷର ମହିଳା। ସେ ପୂର୍ବ ଆକ୍ରାନ୍ତଙ୍କର ସମ୍ପର୍କୀୟ।



