ଯାଜପୁର ସଦର, ୨0/୦୮(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଅମଠପୁର ପଂଚାୟତର ପାଲଟପୁର ଗ୍ରାମର ଜଣେ ମହିଳା ନଦୀକୁ ସୌଚ ହେବାକୁ ଯାଇଥିବା ବେଳେ, ନଦୀ ଗର୍ଭରେ ଲୁଚି ରହିଥିବା କୁମ୍ଭୀର ଆକ୍ରମଣରେ ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସାରାଣୀ ଜେନାଙ୍କର ମୃତ୍ୟୁ ଘଟିବାରୁ ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ସୁନନ୍ଦା ଦାସ ଅନାମ ଜେନାଙ୍କ ଘରେ ପହଁଞ୍ôଚବା ସହିତ ମୃତ୍ୟୁ ଘଟିଥିବା ଘଟଣା ସ୍ଥଳକୁ ଶ୍ରୀମତୀ ଦାସ ପହଁଞ୍ôଚ ତଦନ୍ତ କରିବା ସହିତ ପ୍ରଶାସନକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଷ ଦେଇଥିଲେ । ଶ୍ରୀମତୀ ଦାସଙ୍କ ସହିତ ବରୀ ବିଜେଡ଼ିର କର୍ଣ୍ଣଧାର ସାଜିଥିବା ଦେବୁଲି ଦାସ ମୃତ ପରିବାରଙ୍କ ପାଖରେ ପହଁଞ୍ôଚ ଆର୍ଥିକ ସହାୟତା ଶ୍ରୀମତୀ ଦାସ ଯୋଗାଇଦେଇଥିଲେ । ଖବର ପାଇ ଯାଜପୁର ସାଂସଦ ଶ୍ରମିଷ୍ଠା ସେଠୀ ରାଷ୍ଟ୍ରୀୟ ପ୍ରବକ୍ତା ବିଜୁଜନତା ଦଳର ମହିଳା ଉପଦେଷ୍ଠା ଶ୍ରୀମତୀ ସେଠୀ ପହଁଞ୍ôଚ ଜ୍ୟୋତ୍ସାରାଣୀଙ୍କ ଦୁଇ ଅନାଥ ପୁଅ ଝୀଅ ମାକୁ ହରାଇଥିବା ଭାଇ ଭଉଣୀ ଶ୍ରୀମତୀ ସେଠୀ କୋଳେଇ ନେଇଥିଲେ । ସରକାରୀ ସହାୟତା ସହାୟତା ଯୋଗାଇ ଦେବା ସହିତ ଦୁଇ ଜଣ ପିଲାଙ୍କୁ ମଣିଷ କରିବା ପାଇଁ ଶ୍ରୀମତୀ ସେଠୀ ପ୍ରତିଶୃତୀ ଦେଇଛନ୍ତି । ଗ୍ରାମବାସୀ ମାନଙ୍କ ସହିତ ଶ୍ରୀମତୀ ସେଠୀ ଆଲୋଚନା କରି ସରକାରଙ୍କ ସହାୟତା ମୋ ଦ୍ୱାରା ଯାହା ସମ୍ଭବ ହୋଇପାରିବ ମୁଁ ଚେଷ୍ଟା କରିବି ବୋଲି ପ୍ରତିଶୃତି ଦେଇଛନ୍ତି । ସରକାରୀ ସହାୟତା ଦିଆଯିବା ଲାଗି ଜିଲ୍ଲା ପ୍ରଶାସନକୁ ଶ୍ରୀମତୀ ସେଠୀ ତାଗିଦ କରିଥିଲେ । ଶ୍ରୀମତୀ ସେଠୀଙ୍କ ସହିତ ବିଜୁ ଜନତା ଦଳର କର୍ମକର୍ତ୍ତା ଯୋଗଦାନ କରିଥିଲେ । ମୃତ ଜ୍ୟୋତ୍ସାରାଣୀଙ୍କ ସ୍ୱାମୀ ଭିନ୍ନକ୍ଷମ ବୋଲି ଜଣାଯାଇଚି ।
କୁମ୍ଭୀର ଆକ୍ରମଣରେ ମହିଳାଙ୍କର ମୃତ୍ୟୁ
|
August 22, 2023 |
