ଚଣ୍ଡିଖୋଲ,୧୯/୦୫ (ସନ୍ଧାନ ନିଉଜ) ନିମ୍ନମାନର କାର୍ଯ୍ୟଯୋଗୁଁ ବଡଚଣାର ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ଉନୟନ ବିଭାଗର ରାସ୍ତାସବୁ ବିପର୍ଯ୍ୟସ୍ତ ହେଇପଡିଲାଣି ଯାହାକୁ ନେଇ ସ୍ଥାନୀୟ ଜନସାଧରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି.ବଡ଼ଚଣା ବ୍ଲକ କୁନ୍ଦଳ ଛକରୁ ନୂଆହାଟ କଲେଜକୁ ସଂଯୋଗ କରୁଥିବା ରାସ୍ତା ଏବେ ଫାଟି ଆଁ କରିଲାଣି ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ସାଧାରଣ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି.ଏହି ୨ କିମି ରାସ୍ତାର ମଝିମଝିରେ ମଧ୍ୟ ଦୁଇ ଫୁଟ ଲେଖାଏଁ ଗାଢ଼ ସୃଷ୍ଟିହେଇଛି.ସେହିପରି ରାସ୍ତା ଉଭୟ ପାର୍ଶ୍ୱର ମାଟିସବୁ ବିଗତ ବର୍ଷାରେ ଧୋଇ ଯିବା ଫଳରେ ବାଇକ ଓ ସାଇକେଲ ଯାତ୍ରୀମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି.ଏହି ରାସ୍ତାରେ ମୁଖତଃ ବିଷ୍ଣୁ ସାମନ୍ତରାୟରେ ଥିବା ନୂଆହାଟ କଲେଜ ଓ ରାସ୍ତାଟି ସଂଯୋଗ କରୁଥିବା ବାଇଶିମୋ?ଜ଼ା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯାତାୟାତ କରିଥାନ୍ତି.ରାସ୍ତାଟିର ଅବସ୍ଥା ଏପରି ଥିବାରୁ ଏହି ରାସ୍ତାରେ ଯିବାକୁ ସେମାନେ ନିରାପଦ ମାନୁ ନାହାନ୍ତି.ସେହିପରି ବେଣାପୁର,ଶାନ୍ତିପୁର,କୋଳିଅଠା,ବାସୁଦେବପୁର,ଅରଖପୁର,କୁନ୍ଦଳ ଓ ଅଣକା ପଂଚାୟତର ଶତାଧିକ ଲୋକମାନେ ଯାତାୟାତ କରିଥାନ୍ତି.ଆଗକୁ ବର୍ଷାଦିନ ଆସୁଥିବାରୁ ଏହି ରାସ୍ତାକୁ ଯଥାଶୀଘ୍ର ମରାମତି କରିବାକୁ ସରପଂଚ ପ୍ରମିତା ରାଉତ ପ୍ରଶାସନ ନିକଟରେ ଦାବୀ କରିଛନ୍ତି.
କୁନ୍ଦଳ-ନୂଆହାଟ ରାସ୍ତା ଫାଟି ଆଁ
|
June 18, 2022 |



