କୁନି ବୈଜ୍ଞାନିକ ଙ୍କ କୁନି ମାଇକ୍ରୋ ଭାକ୍ୟୁମ୍ କ୍ଲିନର

Spread the love

ଚାନ୍ଦବାଲି, ୨୯/୦୯/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ବାରିକ୍) : କଥାରେ ଅଛି ଭଗବାନ ଙ୍କ ର ଆଶ୍ରିବାଦ ଥିଲେ ଶୁଖିଲା ଗଛରେ ପତ୍ର କଅଁଳି ଥାଏ। ଗୋବର ଗଢିଆ ରେ ପଦ୍ମ ଫୁଟିଲା ପରି ଚାନ୍ଦବାଲି ଅଞ୍ଚଳ ରେ ଫୁଟି ମହକୁ ଛନ୍ତି ଶୁଭମ୍ ରାଉତ୍। ଖେରଙ୍ଗ ରାଉତ ସାହି ର ବାଇଧର ଓ ଚାରୁଲତା ରାଉତ ଙ୍କ ଏକମାତ୍ର ପୁଅ ଶୁଭମ୍ ରାଉତ। ପାଞ୍ଚ ଝିଅ ଓ ପୁଅ ସହିତ ମୋଟ ନଅ ଜଣ ପରିବାର ର ସଦସ୍ୟ। ବାଇଧର ଜଣେ ଗରିବ କୃଷକ ଶ୍ରେଣୀରେ ଲୋକ ହେଲେ ମଧ୍ୟ ସମସ୍ତ ବାଧାବିଘ୍ନ କୁ ସାମ୍ନା କରି ପିଲା ଙ୍କ ପାଠ ପଢା କୁ ଅବହେଳିତ ମନେ କରି ନାହାଁନ୍ତି। ନିଜର ଶିକ୍ଷାଗତ ଯୋଗ୍ୟତା କମ୍ ହେଲେ ମଧ୍ୟ ଆଜିର ଦୁନିଆ ରେ ଶିକ୍ଷାର ମହତ୍ କୁ ଠିକ୍ ଭାବେ ବୁଝିଛନ୍ତି । ମାଟି ଝାଟି ଘରେ ବାସ କରୁଥିବା ଶୁଭମ୍ ଆଜି ମିନି ମାଇକ୍ରୋ ଭାକ୍ୟୁମ୍ କ୍ଲିନର ତିଆରି କରି ଚାନ୍ଦବାଲି ଅଞ୍ଚଳ ରେ କୁନି ବୈଜ୍ଞାନିକ ଭାବେ ପରିଚିତ। ମାତ୍ର ତେର ବୟସ ର ବାଳକ ଶୁଭମ୍ ଙ୍କ ର ପାଠ ପାଠ ପଢ଼ାରେ ଯେତିକି ଆଗ୍ରହୀ ଥିଲେ ତା ଠାରୁ କେମିତି କୌଣସି ଭଙ୍ଗା,ତୁ ଟା ଅଦରକାରୀ ଜିନିଷ ଗୁଡ଼ିକର ସଦୁପଯୋଗ କରାଯାଇ ପାରିବ ସେଥିପ୍ରତି ବହୁତ୍ ଉତ୍ସାହୀ ଥିଲେ। ଛୋଟ ବେଳୁ ସମସ୍ତ ଭଲ ଜିନିଷ ଗୁଡ଼ିକୁ ଭାଙ୍ଗି ପୁନର୍ବାର ନୂଆ କରି ଯୋଡିବାରେ ସେ ଥିଲେ ଅଭାଶଗତ।
ଭଦ୍ରକ ଜିଲ୍ଲା ବାସୁଦେବପର ନବୋଦୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ର ପାଠ ପଢୁ ଥିବା ବେଳେ ତିଆରି କରିଛନ୍ତି ମାଇକ୍ରୋ ଭାକ୍ୟୁମ୍ କ୍ଲିନର। ବିଭିନ୍ନ ଅଦରକାରୀ ବଜ୍ୟବସ୍ତୁ ସିରିଞ୍ଚି, ମଦବୋଟଲ୍ , ମୋବାଇଲ୍ ବ୍ୟାଟେରୀ କୁ ନେଇ ଏହି ମାଇକ୍ରୋ ଭାକ୍ୟୁମ୍ ତିଆରି କରି ଛନ୍ତି। ଯାହା ସବୁଠୁ ଛୋଟ ଭାକ୍ୟୁମ୍ କ୍ଲିନର ବୋଲି ସେ ଦାବି କରିଛନ୍ତି। ଯାହାଦ୍ଵାରା ଘର ଭିତରେ ଓ ବାହାରେ ଛୋଟ ଛୋଟ ଧୂଳିକଣା ଗୁଡ଼ିକୁ ଅତି ସହଜ ଉପାୟରେ ବାହାର କରାଯାଇ ପାରିବ। ମା ଙ୍କ ବାରମ୍ବାର ଘର ଝାଡୁ କରି ବାର ଦୁଃଖ କୁ ଦୁରକରିବାକୁ ଯାଇ ଏଭଳି କ୍ଲିନର ତିଆରି କରିବାକୁ ନିଷ୍ପତି ନେଇଥିଲେ ଶୁଭମ୍। ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭମ୍ ଏବେ ମାଇକ୍ରୋ ଭ୍ୟକୁମ୍ କ୍ଲିନର ତିଆରି କରି ଚାନ୍ଦବାଲି ଅଞ୍ଚଳବାସି ଙ୍କ ପାଇଁ ଗୋୖରବ ଆଣିଛନ୍ତି। ଏହା ସତ୍ତ୍ଵେ ମଧ୍ୟ ଚିରା କାଗଜ ଗୁଡିକରେ ବିଭିନ୍ନ ପ୍ରକାର ର ଫୁଲ ତିଆରି କରି ନିଜର ଘରକୁ ରଙ୍ଗ ବେରଙ୍ଗ ରେ ସଜାଇଛନ୍ତି ଶୁଭମ୍। ଶୁଭମ୍ ଙ୍କ କହିବା ଅନୁଯାୟୀ ନିଜର ଇଚ୍ଛା ଶକ୍ତି କୁ ଆହୁରି ମଜଭୁତ କରିବା ପାଇଁ ଅର୍ଥ ସାଜୁଛି ବାଧକ। ଯଦି କୌଣସି ପ୍ରଶାସନ ତରଫରୁ କୌଣସି ସାହାଯ୍ୟ ସହାନୁଭୂତି ପାଆନ୍ତି ଆଗକୁ ମଧ୍ୟ ନୂଆ ନୂଆ ଜିନିଷ ତିଆରି କରିବା ପାଇଁ ସକ୍ଷମ ହେବେ। ନହେଲେ ବଣ ମଲ୍ଲି ପରି ବଣରେ ଫୁଟି ବଣରେ ମଉଳି ଯିବ ବୋଲି ଆଶା କରାଯିବ।

Related Posts

About The Author

Add Comment