ତିହିଡ଼ି ୬/୪/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ବରିଷ୍ଠ ନେତା, ତଥା କୁଣ୍ଡିକଟକ ର ବାଇ ମୁଣ୍ଡି ସ୍ବର୍ଗତ ବସନ୍ତ କୁମାର ନାୟକ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ମୁଦୁଲି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ବିରଞ୍ଚି ନାରାୟଣ ଅତିଥି ଭବନ ରେ ଅନୁଷ୍ଠିତ ବୈଠକ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ବର୍ଗତ ବସନ୍ତ କୁମାର ନାୟକ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ କିପରି ସୁରୁଖୁର ରେ ପାଳିତ ହେବ ସେ ବିଷୟ ରେ ଆଲୋଚନା ହୋଇ ଥିଲା। ଉକ୍ତ ବୈଠକ ରେ ଅଧ୍ୟାପକ ଶ୍ରୀଯୁକ୍ତ ବିଶ୍ୱରଂଜନ ଦାଶ, ବିକାଶ ମହାପାତ୍ର, ଚକ୍ରଧର ରାଉତ, ପୁତ୍ର ସ୍ଵଧାନା ନାୟକ, ପୁତ୍ରବଧୂ ଶ୍ରୀମତୀ ଅର୍ଚ୍ଚନା ନାୟକ ଯୋଗ ଦେଇ ୧୧ ୪ ୨୦୨୬ରେ ହେବାକୁ ଥିବା ଶ୍ରାଦ୍ଧ ବାର୍ଷିକୀ ଦିବସ କିପରି ଶାନ୍ତି ଶୃଙ୍ଖଳା ର ସହିତ ପାଲିତ ହେବ ତାର ଯୋଜନା ଚିଠା ପ୍ରସ୍ତୁତ କରିଥଲେ। ଏହି ଦିନ ରେ ବହୁ ସଂଖ୍ୟା ରେ ଯୋଗ ଦେବା ପାଇଁ ବିଜୟାନନ୍ଦ କ୍ଲବ ର କର୍ମକର୍ତ୍ତା ମାନେ ଅନୁରୋଧ କରିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୂଜ୍ ସନ୍ଧାନ।
କୁଣ୍ଡି କଟକର ବାଇମୁଣ୍ଡି ସ୍ବର୍ଗତ ବସନ୍ତ କୁମାର ନାୟକ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ର ପ୍ରସ୍ତୁତି ବୈଠକ
|
April 6, 2026 |



