ଧର୍ମଶାଳା, ୩୧/୧୦ (ସନ୍ଧାନ ନିୟୁଜ) ହିତାଧିକାରୀ ପାଉ ନାହିଁ ଇନ୍ଦିରା ଆବାସ, ବିଜୁ ପକାଘର କି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ହେଲେ ଦିନରେ ଖରା ରାତିରେ ତାରା ଦେଖୁଥିବାବ୍ୟକ୍ତି ନିଜ କୁଡ଼ିଆରେ ପାଲ ଟାଣି ଜୀବନ କାଟୁଥିବା ବେଳେ ଯାହାର ତିନି ବଖରା କୋଠା ଅଛି ସେ ପାଉଛି ଏଇ ସବୁ ସୁବିଧା ତାହା ପୁଣି ଏହି ପଂଚାୟତ ରେ।ଏକଥା ଆମେ କହୁନୁ କହୁଛନ୍ତି ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜ଼ାପୁର ପଂଚାୟତର କିଛି ଅଭାବୀ ପରିବାର।ଘଟଣାରୁ ପ୍ରକାଶ ଯେ କିଛି ଦିନ ତଳେ ଲଗାଣ ଲଘୁଚାପ ବର୍ଷାରେ ମୁଣ୍ଡ ଗେଂଜି ପାରୁନଥିବା ବ୍ୟକ୍ତି ଙ୍କ କହିବା ଅନୁଯାୟୀ ଆମ ସନ୍ଧାନ ନିଉଜ ଟିମ ସହ ଆଉ କିଛି ଗଣ ମାଧ୍ୟମ ପହଁଚି ଥିଲେ ଉକ୍ତ ପଂଚାୟତରେ। ବୁଲି ଦେଖିବା ପରେ ଆମ ହାତରେ ଲାଗିଥିଲା ଅନେକ କିଛି ଦୁଃଖର ଚିତ୍ର ସହ ଚମତ୍କାର କଥା।ଯାହାର ପ୍ରମାଣ ଆମ ପାଖରେ ଭରପୁର ଅଛି। ଘର ଖଣ୍ଡେ ପାଇଁ ପଂଚାୟତ ରେ ଗୁହାରି କରିବାକୁ ଗଲେ ତାଙ୍କୁ ମଗାଯାଉଛି ୧୦ ହଜାର ରୁ ୨୦ ହଜାର ଟଙ୍କା।ଏକଥା ପଂଚାୟତକୁ ଚଳାଉଥିବା ଆଗ ଧାଡ଼ିର ନେତାମାନେ। ଯିଏ ଦେଉଛି ତାର ଘର ଥିଲେ ବି ପାଉଛି ଏଇ ସୁବିଧା,ଯିଏ ନ ଦେଇ ପାରୁଛି ତାକୁ ବିଜେପି ଦଳ କହି ଫେରାଇ ଦେଉଚ୍ଛ୍ୱନ୍ତି ଏଇ ନେତା ଅଫିସର ଆଉ VLWଅଫିସର ବାବୁ।ଏଇ ବାବୁ ମାନେ ଅନେକ କିଛି ମନ ମୁଖୀ କାମ କରି ପେଟ ବାହାରି କରି ବୁଲୁଥିଲା ବେଳେ ବିଚରା ଗରିବ ଲୋକ ଟି ଦୁଃଖରେ ଦିନ କାଟୁଛି। ଏଠି ଆଉ ଗୋଟେ କଥା ସରପଞ୍ଚ ଯିଏ ହୁଅନ୍ତୁ ନା କାହିଁକି ଜଣେ ପଟାଦାର ସରପଞ୍ଚ ରୂପେ ଦଶ ବର୍ଷ ହେବ ଦାଇତ୍ୱ ଚଳାଉଥିବା ଦେଖିବାକୁ ମିଳୁଛି। ସିଏ ଯାହା କହିବେ ଲୋକ ମାନେ ମାନିବେ।କାରଣ ସିଏ ପରା ଦାଶ ବାବୁ ନାମରେ ନାମିତ।୨ହଜାର ଦେଲେ ପାଇଖାନା କରାଇ ଦେବୁ ୨୦ହଜାରେ ଦେଲେ ଇନ୍ଦିରା ଆବାସ କରାଇଦେବୁ ଏ ପୁରା ଫାଇନାଲ । ସତରେ ଗରିବ ଲୋକଟିଏ ଦେଇ ପାରିବ ନା ଏ ସୁବିଧା ନେଇ ପାରିବ।ବିଚରା ଘର ମଳାଏ ଯେ ଛାଇ ପାରୁନି ସିଏ କେଉଁଠୁ ଟଙ୍କା ଆଣିବ ନା ସରକାର ଘରୁ ଘର ଟିଏ ନେବ। ଏମିତି ଅନେକ ପରିବାର ମିର୍ଜ଼ାପୁର ପଂଚାୟତର ସୁନ୍ଦରପୁର,ଅରଙ୍ଗାବାଦ,ଖାଙ୍କିଢି଼ଅ,ସୁକୁଟିପାଟଣା ନୂଆଗାଁ,ଓ କାନ୍ତବଣିଆ ସାହିରେ।ସମସ୍ତଙ୍କ ପାଖରୁ କେବଳ ଦୁଇଟି କଥା ପଇସା ଦିଅ ଘର ନିଅ ନଚେତ ତମେ ବିଜେପି ଦଳକୁ ଭୋଟ ଦେଇଛ ତମେ ପାଇବନି ଯାହା ଆମେ ଆଗକୁ ଭିଡିଓ ମାଧ୍ୟମରେ ଦେଖାଇବୁ ଶୁଣାଇବୁ।କଥା ଉଠୁଛି ଏଠି ସରପଞ୍ଚ ଜଣେ ପଂଚାୟତ ବାସୀ ଙ୍କପ୍ରତିନିଧି ହେଲେ ତାଙ୍କ ପାଖରେ ଯଦି ଏଭଳି କାଯ୍ୟ ଘଟେ ତେବେ ସାଧାରଣ ମୂଲିଆ ଶ୍ରେଣୀ ଲୋକ କିସୁବିଧା ପାଇବ।ସରପଞ୍ଚ ଯଦି ନିଜ ଅଧିକାର ଛାଡି କୁଜିନେତାର ଇସାରାରେ ବସ ଉଠ ହେବେ ତେବ ସଧାରଣ ଲୋକେ କି ନ୍ୟାୟ ପାଇବେ।ପ୍ରକୃତ ବିଚାର କରି ଯେଉଁମାନେ ହିତାଧିକାରୀ ତାଙ୍କୁ ସୁବିଧା ଦେବାସହ ଯେଉଁମାନେ ଏଥିରେ ହିତାଧିକାରୀ ନୁହେଁ ଏ ସୁବିଧାରୁ ବଂଚିତ କରାଯାଉ।କୁଜିନେତାର ଚକ୍ରାନ୍ତ ଏଠି ରୋକା ଯାଉ ଏବଂ ଲୋକ ମାନଙ୍କ ପାଖରେ ପଇସା ମାଗିବା ବନ୍ଦ କରାଯାଉ ନଚେତ ଆଗାମୀ ଦିନରେ ଅଶାନ୍ତି ଦେଖା ଦେବା ସହ ବିରାଟ ଗଣ ଆନ୍ଦୋଳନ ହେବାର ସମସ୍ୟା ଦେଖା ଯାଉଛି।ସରପଞ୍ଚ ହୁଅନ୍ତୁ ବା VLW ହୁଅନ୍ତୁ ପ୍ରକୃତ ତଦନ୍ତ କରି ଇନ୍ଦିରା ଆବାସ ହେଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ନିରପେକ୍ଷ ବିଚାର କରି ବଣ୍ଟନ କରାଯାଉ ବୋଲି ଅନେକ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।
Report- S Biswal



