ଯାଜପୁର ସଦର, ୧୦/୧/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କୁଆଖିଆ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଟିତ କରାଯାଇଥିବା ବେଳେ, ଏହି ଅବସରରେ ୭୧ତମ ଲକ୍ଷ୍ମୀନାରାୟଣ ମହୋତ୍ସବ ଡିସେମ୍ବର ୨୬ ତାରିଖଠାରୁ ଆରମ୍ଭ କରାଯାଇ ଜାନୁୟାରୀ ୫ ତାରିଖରେ ଲକ୍ଷ୍ମୀନାରାୟଣ ପୂଜା ଶେଷ ହୋଇଥିବା ବେଳେ, ଗତକାଲି ଲକ୍ଷ୍ମୀ ନାରାୟଣ ମେଲାଣୀ ଅବସରରେ ଭସାଣୀ ଉତ୍ସବ ବହୁ ଆଡମ୍ବରରେ ଆରମ୍ଭ କରାଯାଇ ଭକ୍ତମାନେ ଲକ୍ଷ୍ମୀନାରାୟଣଙ୍କୁ ଦର୍ଶନ କରିବା ହସିତ ପୂଜା କମିଟି ପକ୍ଷରୁ ଆୟୋଜନ ମାନେ ଆୟୋଜନ କରିଥିଲେ. ମହାପ୍ରଭୂଙ୍କୁ ଓରାଳି ପୁଷ୍କରଣୀରେ ବିଷର୍ଜନ କରାଯାଇଥିବା ବେଳେ, ହଜାର ହଜାର ଦର୍ଶକ ଲକ୍ଷ୍ମୀନାରାୟଣଙ୍କୁ ଦର୍ଶନ କରିଥିବା ବେଲେ, ଗଜଉଦ୍ଧାର ନାମରେ ଏହି ମହୋତ୍ସବ ବହୁ ଚର୍ଚିତ ହୋଇଥିଲା । ଏହା ସହିତ ମନ୍ଦିର ନିର୍ମାଣ ନିମିତ ପୂଜାକମିଟି ପକ୍ଷରୁ ଆୟୋଜିତ ଉପହାର ଯୋଜନା ଶେଷ ହୋଇଚି । ଏହି ଯୋଜନାରେ ଭାଗନେଇଥିବା ଭଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ, ଏହି ମହୋତ୍ସବ ବହୁ ଆକର୍ଷିତ ହୋଇଥିଲା ।
କୁଆଖିଆ ଲକ୍ଷ୍ମୀନାରାୟଣ ଗଜଉଦ୍ଧାର ଉଜ୍ଜାପାନ ହେଲା
|
January 10, 2026 |



