ଯାଜପୁର,୨୯/୨ (ସନ୍ଧାନ ନିୟୁଜ) କୁଆଖିଆ ଥାନା ଅଂଚଳରେ ଜଣେ ୧୧ବର୍ଷିିଆ ନାବାଳିକାକୁ ୨୧ତାରିଖରୁ ଗ୍ରାମରୁ ଉଠାଇନେଇ ଦୀର୍ଘଦିନ ଧରି ଦୃର୍ଷ୍କମ କରିବା ଘଟଣାରେ ଆଜି କୁଆଖିଆ ପୋଲିସ ବ୍ଲକ ବିଜେଡି ସଭାପତି ସୁବାଷ ଖୁଂଟିଆକୁ ଗିରଫ କରିଥିବା ଜଣାପଡିଛି । ତେବେ ଅନ୍ୟମାନେ କେବେ ବୋଲି ପ୍ରଶ୍ନ ଉଠିଛି । କୁଆଖିଆ ଥାନା ଅଂଚଳର ଜୈନିକ ନାବାଳିକାକୁ ଗ୍ରାମଭିତରୁ ଟେକି ଦେଇ ଏକ ବିଲିଡିଂଗରେ ଦିନଦିନ ଧରି ଖରାପ କାମ କରୁଥିଲେ । କୌଣସି ମତେ ଝିଅଟି ଅପହର୍ତାଙ୍କ କବଳରୁ ଖସି ଆସି ପରିବାରକୁ ଜଣାଇବା ପରେ ପରିବାର ପକ୍ଷରୁ କୁଆଖିଆ ଥାାନାରେ ଏତଲା ଦିଆଯାଇଛି । ଥାନା ପକ୍ଷରୁ କେସ ନମ୍ବର ୬୮/୨୦ରେ ଏକ ମାମଲା ରୁଜୁ କରୀ ତାକୁ ସଖୀ ଗୃହରେ ଛାଡିଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି ଏସବୁ କଣ ପାଇଁ
ଜିଲ୍ଲା ପୋଲିସ କଣ କରୁଛି । ଗ୍ରାମଭିତରୁ ଝିଅ ମାନଙ୍କୁ ଅପହରଣ କରାଯାଉଥିବା ବେଳେ ପୋଲିସ ତତ୍ପରତା ପ୍ରକାଶ ନକରି କେବଳ କେସ ରୁଜୁ କରି ବସି ରହିଛି କଣ ପାଇଁ । ଏଭଳି ତମାମ ପ୍ରଶ୍ନ ପୋଲିସ ଉପରକୁ ଆଙ୍ଗୁଳି ନିଦେ୍ର୍ଧଶ କରୁଥିବା ବେଳେ ପୋଲିସ ପାଇଁ ଏହି ଘଟଣା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
Report- Sandhan Office