କି ଓ.ଏ.ଏସ ଅଧିକାରୀ ଇଏ ? ଲୋକଙ୍କୁ ପାନୀୟ ଜଳ ଯୋଗେଇବାରେ ବିଫଳ; ପାନୀୟ ଜଳ ପାଇଁ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା

Spread the love

ବୈପାରିଗୁଡା,୨୨/୫ (ସନ୍ଧାନ ନିୟୁଜ) – ପାନୀୟ ଜଳ ପାଇଁ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା।ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତ ର କନ୍ଧପଡାପଦର ଗ୍ରାମର ଶତାଧିକ ମହିଳା ବୈପାରିଗୁଡା ବ୍ଲକ ଭିତରେ ଥିବା ବିଡ଼ିଓ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରିବା ଦେଖିବାକୁ ମିଳିଛି ।ମହିଳାମାନଙ୍କ ଦାବି ଯେ ଦୀର୍ଘଦିନ ଦିନ ହେବ କନ୍ଧପଡାପଦର ଗ୍ରାମବାସୀ ପାନୀୟ ଜଳ ନ ପାଇ ଆମେ ନିକଟରେ ଥିବା ଏକ ଚୁଆ ରୁ ପାଣି ଆଣି ବ୍ୟବହାର କରୁଛୁ । ସେଥିପାଇଁ ଆମେମାନେ ବହୁ ରୋଗ ବେମାରରେ ପଡୁଛୁ।କିନ୍ତୁ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ କିଲୋମିଟର ହୋଇଥିଲେ ମଧ୍ୟ ଆମେ ପାନୀୟ ଜଳରୁ ବଞ୍ଚିତ ।ସେଥିପାଇଁ ଆମେ ସମସ୍ତ ମହିଳା ଏକତ୍ରିତ ହୋଇ ଆସି ବ୍ଲକ ଘେରାଉ କରିଛୁ ବୋଲି ପ୍ରକାଶ କରିଛନ୍ତି ଏବଂ ମହିଳାମାନେ ଏକ ଲିଖିତ ଅଭିଯୋଗ ବିଡ଼ିଓ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ ଙ୍କୁ ଦେଇଥିଲେ । ଶେଷରେ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ ଯେ ଅଳ୍ପ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ଦୂର କରାଯିବ। ସେପଟେ ମହିଳା ମାନେ କହିଥିଲେ ଅମକୁ ଖାଲି ପ୍ରତିଶ୍ରୁତି ଦେଲେ ହେବନି ଏପରି ପୂର୍ବରୁ ଅନେକ ଥର ଖାଲି ପ୍ରତିଶ୍ରୁତି ଦେଇ ଚାଲିଛନ୍ତି।ଆମକୁ ଲିଖିତ ପ୍ରତିଶ୍ରୁତି ଦିଆଯାଉ ବୋଲି କହି ଏକ ଜିଦିରେ ମହିଳାମାନେ ଅଡ଼ି ବସିଥିବାରୁ କାର୍ଯ୍ୟାଳୟ ରେ ଅନେକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହିପରି ଭାବରେ ଏକ ଘଣ୍ଟା ଘେରାଉ କରିଲା ପରେ ବିଡ଼ିଓ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ କହିଥିଲେ ଯେ ମୁଁ ଆସନ୍ତା କାଲିକୁ କର୍ମଚାରୀ ମାନଙ୍କୁ ପଠେଇ ଅନୁଧ୍ୟାନ କଲାପରେ ଯେତେ ଶୀଘ୍ର ହେଇପାରି ବ ପାନୀୟ ଜଳ ଯୋଗାଇ ଦିଆଯିବ।ଏହାପରେ ମହିଳାମାନେ ବ୍ଲକ ଘେରାଉରୁ ଓହରିଥିଲେ। ଏବେ ଦେଖିବାକୁ ରହିଲା ବିଡ଼ିଓ ମହାଶୟ କେତେଦିନ ଭିତରେ କନ୍ଧପଡାପଦର ଗ୍ରାମର ଲୋକମାନଙ୍କର ପାନୀୟ ଜଳ ସମସ୍ୟା ଦୂର କରିବାକୁ ସକ୍ଷମ ହେଉଛନ୍ତି।

 

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment