କିନ୍ନରଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲା ଆରଏମସି

Spread the love
ରାଉରକେଲା, ୨୫/୦୪ (ସନ୍ଧାନ ନିଉଜ): ଲକଡାଉନ ସମୟରେ ରାଉରକେଲା ଅଞ୍ଚଳରେ ବସବାସ କରୁଥିବା କିନ୍ନରମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେମାନଙ୍କ ଆୟ ବନ୍ଦ ହୋଇ ଯାଇଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ପ୍ରଥମ ଥର ରାଉରକେଲା ମହାନଗର ନିଗମ ତରଫରୁ କିନ୍ନରମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ବାସନ୍ତୀ କଲୋନୀ ଗୋପବନ୍ଧୁପାଲ୍ଲୀ , ବନ୍ଧମୁଣ୍ଡା ଅଞ୍ଚଳରେ ରହୁଥିବା କିନ୍ନରମାନଙ୍କୁ ଗୁରୁବାର ଚାଉଳ,ଡାଲି, ଆଳୁ ସହିତ ଅନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ।  ମହାନଗର ନିଗମର ଟିମ ସହିତ ସୁନ୍ଦରଗଡ ଜିଲ୍ଲା ଟ୍ରାନ୍ସଜେଣ୍ଡର ଓ କିନ୍ନର ଆସୋସିଏସନର ସଭାପତି ଜୋୟା ତ୍ରିପାଠୀ ଖାଦ୍ୟ ବିତରଣବେଳେ ସହଯୋଗ କରିଥିଲେ ।

Related Posts

About The Author

Add Comment