କିଏ ସରକାର ବାବୁ, ଆଉ କିଛିଦିନ ଗଲେ ମରିବି, ସାହାଯ୍ୟ ଆଉ କଣ ହେବ: ଜୀବନର ଅପରାହ୍ନରେ କଳାକାର ବିଶ୍ୱାନାଥ

Spread the love

ବଡଚଣା, ୨୨/୪(ସନ୍ଧାନ ନିୟୁଜ/ମାନସ ରାଉତ)- ରାଜ୍ୟରେ ଅନେକ ସରକାର ଆସୁଛି ଏବଂ ଯାଉଛି । ସାଧାରଣ ଲୋକଙ୍କ ଭୋଟ ନେଇ ନେତାମାନେ ରାଜଧାନୀରେ ମଉଜ ମଜଲିସ କରୁଥିବା ବେଳେ ଗାଁ ଭିତରେ ପଡିଥିବା ଦୁଃଖୀ ରଙ୍କିଙ୍କ ପାଇଁ ଟିକିଏ ବି ଦରଦ ନାହିଁ । ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ ସିହା ପଂଚାୟତର ଖରମଙ୍ଗୀ ଗ୍ରାମର ଅଧିବାସୀ ବିଶ୍ୱାନାଥଙ୍କ କରୁଣ କାହାଣି ସତେ ଯେମିତି ହୃଦୟ ବିଦାରକ, କେହି ନଦେଖିଲେ ଅନୁଭବ କରିପାରିବେ ନାହିଁ । ବିଜୁ ବାବୁଙ୍କୁ ଭଲ ପାଉଥିବା ଏବଂ ତାଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ନାଟକ ମାଧ୍ୟମରେ ପ୍ରଚାର କରିବା କଥା କାହାକୁ ଅଛପା ନାହିଁ । ସମଗ୍ର ଯାଜପୁର ଜିଲ୍ଲାର ଅନେକ ଅଂଚଳରେ ନିଜର କଳା ନୌପୂଣ୍ୟ ପ୍ରଦର୍ଶନ କରି ତାଙ୍କ ଯୁବାବସ୍ଥାରେ ବେଶ ଆଦୃତ ହୋଇଥିଲେ । ଏକାଥରକେ ୨୦ରୁ ଉର୍ଦ୍ଧ ବାଦ୍ୟ ଯନ୍ତ୍ର ବଜାଇବା ସହ ସଙ୍ଗୀତ ପରିବେଷଣ କରିବା ତାଙ୍କର ଯେମିତି ନିଶା ହୋଇଯାଇଥିଲା । ବିଭିନ୍ନ ଗ୍ରାମକୁ ଯାଇ କୀର୍ତନ, ନାଟ୍ୟ ମଂଚ ଆଦି କାର୍ଯ୍ୟକ୍ରମରେ ଯୋଗଦାନ କରି ଅନ୍ୟ କଳାକାରମାନଙ୍କୁ ବାଦ୍ୟ ଯନ୍ତ୍ର ଓ ସଙ୍ଗୀତ ଶିକ୍ଷା ଲାଭ ସେ ଦେଇଥାନ୍ତି । କିନ୍ତୁ ତା ପ୍ରତି ବଦଳରେ କାହାକୁ ବି ସେଭଳି ଆର୍ଥୀକ ପାରିଶ୍ରମିକ ଦାବୀ କରି ନଥାନ୍ତି । ବୟସର ଅପରାହ୍ନରେ ସତେ ଯେମିତି ସେ ଆଜି ନିଜର ଅସହାୟତା ପରିପ୍ରକାଶ କରିଛନ୍ତି । ତାଙ୍କର ଏକମାତ୍ର ପୁଅ ତାଙ୍କୁ ଛାଡି ନିଜ ଶ୍ୱଶୁର ଘରକୁ ଚାଲିଗଲା ବେଳେ ଏକ ଭଙ୍ଗା କୁଡିଆ ଘରେ ବହୁ ଅଭାବ ଅନଟନ ଭିତରେ ପଡି ରହିବା ସହ ନିଜ ଭୋକ ମେଂଟାଇବା ପାଇଁ ଭିକ୍ଷା ବୃତିକୁ ଆପଣାଇ ନେଇଛନ୍ତି । ୧୦ ବର୍ଷ ପୂର୍ବରୁ ନିଜର ଗୃହ ନିର୍ମଣ ପାଇଁ ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ଅଳ୍ପ କିଛି ଅର୍ଥ ପାଇଁ ଏକ ଅର୍ଦ୍ଧ ନିର୍ମିତ ଗୃହ କରିଛନ୍ତି । ଅବଶିଷ୍ଟ ଅର୍ଥ ନମିଳିବାରୁ ସେ ପଥର କାନ୍ଥ ଉପରେ ଚାଳଛପର କରି ସେଠାରେ ସିଏ ଏକୁଟିଆ ବସବାସ କରୁଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ଖାଦ୍ୟ ସୁରକ୍ଷା କିମ୍ବା କଳାକାର ଭତାଟିଏ ଆଜି ଯେମିତି ତାଙ୍କ ପାଇଁ ସାତ ସପନ ପାଲଟିଯାଇଛି । ନିଜର କେହି ନଥିବାରୁ କୌଣଶି ବଡ ବଡିଆ ବାବୁଙ୍କୁ ହାତଗୁଞ୍ଜା ଦେଇ ପାରି ନଥିବାରୁ ନା କୌଣସି ନିର୍ବାଚିତ ରାଜନୈତିକ ନେତା କିମ୍ବା ପ୍ରଶାସନିକ ଅଧିକାରୀ ତାଙ୍କ ଦୁଃଖରେ ସହଭାଗିତା ହୋଇ ସହ ଯୋଗର ହାତ ବଢାଇବାର ଆନ୍ତରିକତା ଦେଖାଉନାହାନ୍ତି । ଏ ହେଉଛି ବଡଚଣାର ବିକାଶର ଚିତ୍ର ।

Related Posts

About The Author

Add Comment