ନୂଆଦିଲ୍ଲୀ,୦୧/୧୦ (ସନ୍ଧାନ ନିଉଜ): ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ୩୭୦ ଧାରା ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନକୁ ସ୍ୱତନ୍ତ୍ର ସାମ୍ବିଧାନିକ ବେଞ୍ଚ ନିକଟକୁ ପଠାଇଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ । ଏହି ଆବେଦନ ଗୁଡ଼ିକ ଉପରେ ଆଜି ଠାରୁ ଶୁଣାଣି ହେବ । ବିଚାରପତି ଏନ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ଖଣ୍ଡପୀଠରେ କଶ୍ମୀର ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ହେବ।
କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି
|
October 1, 2019 |
