ଯାଜପୁର ସଦର, : ପୂରୀରୁ କାଳିଆନନା ନାମକ ଏକ ବସ ପଶ୍ଚିମବଙ୍ଗ ହଳଦିଆକୁ ଯାଉଥିବା ବେଳେ, ଯାଜପୁର ଜିଲ୍ଲା କୁଆଖିଆ ନିକଟ ବାରବାଟୀ ଗଣେଷ ବଜାରରେ ଓଭର ବ୍ରିଜ ଉପରୁ କୌଣସି କାରଣ ବସତଃ ଡ୍ରାଇଭରର ଅନ୍ୟମନସ୍କତା ଯୋଗୁ ୨୦ଫୁଟ ତଳକୁ ଖସି ପଡ଼ିବାରୁ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ରାତି ୮ଘଟିକା ୪୫ମିନିଟରେ ପୂରୀରୁ କଲିକତା ଅଭିମୁଖେ ଯାଉଥିବା ଏହି ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ବେଳେ, ସେମାନଙ୍କ ଘର ମେଦନାପୁର ଜିଲ୍ଲା ବୋଲି ଜଣାଯାଇଚି । ମୃତକଙ୍କ ମଧ୍ୟରେ ୪ଜଣ ପୁରଷ ଓ ଜଣେ ମହିଳା ରହିଛନ୍ତି । ଗୁରୁତର ଆହତ ହୋଇଥିବା ୩୯ଜଣଙ୍କୁ କଟକ ବଡ଼ମେଡିକାଲରେ ରଖାଯାଇଚି । ଆହତଙ୍କ ମଧ୍ୟରେ ୧୩ଜଣ ମହିଳା ଜଣେ ଶିଶୁ ଅଛନ୍ତି । ଏବଂ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଚି । ଅନ୍ୟ ଆହତ ମାନଙ୍କୁ ସ୍ଥାନୀୟ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଚି । ଦୃଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ସାହାଯ୍ୟରେ ଲାଗିଥିଲେ । କ୍ରେନ ସହାୟତାରେ ବସକୁ ଦୃଘଟଣା ସ୍ଥଳରୁ ଉଠାଯାଇ ଉଦ୍ଧାର କାର୍ଯ୍ୟ କରାଯାଇଚି । ଘଟଣା ସ୍ଥଳରେ କୁଆଖିଆ ଥାନା ପୋଲିସ ଧର୍ମଶାଳା ଥାନା ପୋଲିସ ପହଁଞ୍ôଚ ଆହତ ମାନଙ୍କୁ ମେଡିକାକୁ କରୁଥିବା ବେଳେ, ଘଟଣା ସ୍ଥଳରେ ପରିବହନ କମିଶନର ଅମିତାଭ ଠାକୁର ପହଁଞ୍ôଚଥିବା ବେଳେ, ଯାଜପୁର ଜିଲ୍ଲାପାଳ ପୱନ କୁମାର ଘଟଣା ସ୍ଥଳରେ ପହଁଞ୍ôଚଥିବା ବେଳେ, ଏସପି ଭିନିତ କୁମାର ଅଗ୍ରୱାଲ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ମୃତକଙ୍କ ପିରବାରକୁ ୩ଲକ୍ଷ ଟଙ୍କା ସହାୟତା ରାଶି ମାନ୍ୟବ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆହତ ହୋଇଥିବା ଯାତ୍ରୀ ମାନଙ୍କୁ ଚିକିତ୍ସା ପାଇଁ ନିର୍ଦ୍ଦେଷ ଦିଆଯାଇଚି । କଟକ ଜିଲ୍ଲାପାଳଙ୍କ ସହିତ ବିରଷ୍ଠ ପ୍ରଶାସନ ଅଧିକାରୀ ମାନେ ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ତଦନ୍ତ କରୁଛନ୍ତି । ରିିପୋର୍ଟ ଲେଖାହେବା ବେଳକୁ ଯାଜପୁର ମେଡିକାଲ, କଟକ ମେଡିକାଲ, ଧର୍ମଶାଳା ମେଡିକାଲରେ ଆହତ ହୋଇଥିବା ବ୍ୟକ୍ତି ମାନେ ଚିକିତ୍ସିତ ହେଉଛନ୍ତି । ଗାଡ଼ିର ମାଲିକ ସୁବୋଧ ଭୁଇଁଆଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଗ୍ରାମରେ ବୋଲି ଜଣାଯାଇଚି । ଦୃଘଟଣା ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି ।
କାଳିଆନନା ବସ ଦୃଘଟଣା ଘଟିବାରୁ ୬ ମୃତ ୪୦ ଆହତ
|
April 17, 2024 |