କାର୍ଯ୍ୟାଳୟରେ ତାଲା ମାରିଲେ ଚାଷୀ

Spread the love
  •  
  •  
  •  
  •  
  •  

ବାଙ୍ଗିରିପୋଷି,୧୯.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ଲ୍ୟାମ୍ପସରେ ଧାନ ବିକ୍ରୟ କରିନପାରିବାକୁ କେନ୍ଦ୍ରକରି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଫଳରେ ଅନ୍ୟ ଉପାୟ ନପାଇ ଚାଷୀମାନେ ଆଜି ଲ୍ୟାମ୍ପସ କାର୍ଯ୍ୟାଳୟରେ ଏଡି ଯଦୁନାଥ ମୁର୍ମୁଙ୍କୁ ତାଲା ମାରିଦେଇ ଧାରଣାରେ ବସିଥିଲେ । ଏପରି ଅଭାବନୀୟ ଘଟଣା ଆଜି ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସ୍ଥିତ ଭୁଆଶୁଣୀ ଲ୍ୟାମ୍ପସରେ ଦେବାକୁ ମିଳିଥିଲା । ଗତ ବର୍ଷରୁ କ୍ୟାମ୍ପସ ମାଧ୍ୟମରେ ଧାନ କ୍ରୟ ପାଇଁ‌ ନୂତନ ଭାବେ ସରକାରୀ ନିର୍ଦ୍ଦେଶ ରହିଛି । ପୂର୍ବରୁ ଚାଷୀମାନେ ସିଧାସଳଖ ଲ୍ୟାସ କାର୍ଯ୍ୟାଳୟରୁ ଧାନ ବିକ୍ରୟ ପାଇଁ ଟୋକନ ନେଇଥିବାର ବ୍ୟବସ୍ଥା ରହିଥିବାବେଳେ ଚଳିତ ଥର ଭୁବନେଶ୍ୱର କାର୍ଯ୍ୟାଳୟରୁ ମେସେଜ ମାଧ୍ୟମରେ ଧାନର ପରିମାଣ ସହ ଧାନ ପକାଇବାର ତାରିଖ ସ୍ଥିର ହୋଇ ଚାଷୀ ନିକଟରେ ପହଚୁଛି । ତେବେ ଏହି ପ୍ରକ୍ରିୟାରେ ବହୁ ଚାଷୀ ବଂଚିତ ରହୁଥିବାର ଅଭିଯୋଗ ହୋଇ ଆସୁଥିବାରୁ ଏହାକୁ ବିରୋଧ କରିଛନ୍ତି ଚାଷୀ । ଗତ ଡିସେମ୍ବର ୨୫ ତାରିଖରୁ ଧାନ ବିକ୍ରୟ ପାଇଁ ମସେଜପାଇଥିଲେ ମ ଚାଷର ଧାନ କିଣିବାରେ ଲ୍ୟାମ୍ଫସ ତରଫରୁ ଟାଳଟୁଳ ନିତୀ ଅବଲମ୍ବନ କରାଯାଉଥିଲା । ଧାର୍ଯ୍ୟ ତାରିଖର ୧୫ରୁ ଅଧୁକ ସମୟ ଦିନ ବିତିଗଲେ ମଧ୍ୟ ସଠିକ ସୂଚନା ପାଉ ନଥିବାରୁ ଚାଷୀମାନେ ଲ୍ୟାମ୍ପ କାର୍ଯ୍ୟାଳୟ ଦୌଡି ଦୌଡ଼ି ନୟାନ୍ତ ହେଲେଣି । ଏପରିକି ଚାଷୀମାନେ ଲାମ୍ପସରେ ଧାନ ଗଛିତ ରଖୁ ବିକ୍ରି କରି ପାରୁ ନଥିବାର ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ପୂର୍ଣ୍ଣ ଚନ୍ଦ୍ର ବହେରାଙ୍କ ଟୋକନ ନଂ ୪୪o ଥିବାବେଳେ ସେ ଧାନ ବିକ୍ରି କରି ପାରି ନଥିବାବେଳେ ୧୨ ଶହ ନମ୍ବର ଥିବା ଟୋକନରେ ଧାନ ବିକ୍ରି ହୋଇସାରିଛି । ଅନ୍ୟପକ୍ଷେ ଆଜି ଏ ହି ସମସ୍ୟାର କାରଣ ଖୋଜିବା ସହ ସମାଧାନ ପାଇଁ ଶତାଧିକ ଚାଷୀ ଭୁଆଶୁଣି ଲ୍ୟାମ୍ପସ କାର୍ଯ୍ୟାଳୟ ପରିସରରେ ପହଂଚିଥିଲେ ମଧ୍ୟ ଏମଡି ଯଦୁନାଥ ମୁର୍ମୁଙ୍କୁ ଛାଡି ଦଲେ କାର୍ଯ୍ୟାଳୟରେ କୌଣସୀ କର୍ମଚାରୀଙ୍କ ଦେଖା ନଥିଲା । ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଏମଡିଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ଫଳରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ମିଳିତ ଭାବେ ଏମଡି ଯଦୁନାଥ ମୁର୍ମୁଙ୍କୁ କାର୍ଯ୍ୟାଳୟରେ ତାଲା ମାରିଥିଲେ। ପରେ ଖବର ପାଇ ବାଙ୍ଗିରିପୋଷି ପୁଲିସ ପହଂଚି ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝା ସୁଝା କରିବା ପରେ ଲ୍ୟାମ୍ପର ତାଲା ଖୋଲାଯାଇଥିଲା ଏବଂ ଉଚ୍ଚ ଅଧିକାରୀ‌ଆସୁଛନ୍ତି ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ତାଲା ଖୋଲିବାର ୪ ଘଣ୍ଟା ଧରି ଚାଷୀମାନେ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ଏହି ଚାଷୀ ଆନ୍ଦୋଳନରେ ଚାଷୀ ଅଜୟ ବହେରା, ଜ୍ୟୋତିରଂଜନ ଗିରି, ଭରତ ମାଣ୍ଡି, ସହଦେବ ବେହେରା, ଜଗନ୍ନାଥ ମହାନ୍ତ, ରବିନ୍ଦ୍ର ମହାନ୍ତ,ଲକ୍ଷ୍ମଣ ମହାନ୍ତ, ମୋହନ ଚରଣ ସାହୁ, ଅଧିକାରୀ ବେହେରା, ଦୟାନିଧ୍ବ ବେହେରା, ସୁମନି ବହେରା ସହ ବହୁ ଚାଷୀ ଉପସ୍ଥିତ ଥିଲେ ।

Related Posts

About The Author

Add Comment