କାର୍ଯ୍ୟରୁ ଫେରୁଥିବା ସମୟରେ ବାଇକରେ ଚାପି ହୋଇ ଯୁବକର ମୃତ୍ୟୁ

Spread the love

ସୁନ୍ଦରଗଡ଼ ତା:୧୦/୨/୨୦୨୬(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ମଙ୍ଗସପୁର କର୍ମା ପଡ଼ା ନିକଟରେ ସକାଳ ସମୟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।ସୂଚନା ଅନୁସାରେ ରାତ୍ରି ଡ୍ୟୁଟିରୁ ଘରକୁ ଫେରୁଥିବା ସମୟରେ ମଙ୍ଗସପୁର କରମା ପଡ଼ା ନିକରେ ଜନୈକ ଯୁବକ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଭସମା ଥାନା ତଥା ଦର୍ଲିପାଲି ଫାଣ୍ଡିକୁ ଅବଗତ କରାଯାଇଥିଲା । ପୋଲିସ ଘଟଣା ସ୍ଥଳରେ ଅଞ୍ଚଳର ଲୋକଙ୍କ ସହାୟତାରେ ଶବ କୁ ଉଦ୍ଧାର କରିଥିଲେ ।ମୃତକଜଣକ ସୁନିଲ କଉଡ଼ି ଓ ତାଙ୍କ ଘର ସଦର ବ୍ଲକ କୁଞ୍ଜିର୍ମା କାରଖାନା ପଡ଼ା ତାଙ୍କ ଆଇଡି କାର୍ଡ ରୁ ଜଣା ପଡ଼ିଥିବା ପୋଲିସ ସୂତ୍ରରୁ ପ୍ରକାଶ । ପୋଲିସ ତାଙ୍କ ବାଇକ୍ ଓଡ଼ି ୧୫ଏ ୨୬୯୧ ସହ ଶବକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Related Posts

About The Author

Add Comment