ଯାଜପୁର ସଦର, ୨୦.୭.୨୩//ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳେଇଦେଇଥିବା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଲ୍ୟାଣପୁର ପଂଚାୟତ ବଇରିବାଗ ଗ୍ରାମର ଅଶୋକ ରଣାଙ୍କ ପୁଅ କାର୍ତ୍ତକ ରଣା ନିଖୋଜ ହୋଇଥିବା ବିଞ୍ଝାରପୁର ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଚ ହୋଇଥିବା ବେଲେ, ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିବା ଯାଜପୁର ଏସଡିପିଓ ସଂଜୟ କୁମାର ଉପାଧାୟଙ୍କ ନେତୃତ୍ୱରେ କାର୍ତ୍ତିକ ରଣା ହତ୍ୟା ଘଟଣା ଉପରୁ ପରଦା ଉଠିଚି । ଏଠାରେ ସୂଚନା ଯୋଗ୍ୟ ଯେ, ୨ ଦିନ ପୂର୍ବରୁ ଯାଜପୁର ଏସଡିପିଓ ଶ୍ରୀଯୁକ୍ତ ଉପଧ୍ୟାୟ ବିଞ୍ଝାରପୁର ଥାନାର ବରିଷ୍ଠ ଅଧିକାରୀ ମାନେ କାର୍ତ୍ତିକଙ୍କ ପଡ଼ୋଶୀ ୨ ଜଣ ସାଙ୍ଗକୁ ପଚରା ଉଚରା କରୁଥିବା ବେଳେ, ପୂର୍ବ ଶତୃତାକୁ କେନ୍ଦ୍ରକରି ଏହି ହତ୍ୟା ଘଟଣା ହୋଇଥିବା ବେଳେ, ନିଖୋଜ ହେବାର ମାସେ ବିତି ଯାଇଥିଲେ ମଧ୍ୟ ଏହି ହତ୍ୟା ଘଟଣାର ପର୍ଦ୍ଧାପାସ ହୋଇଚି । କାର୍ତ୍ତିକର ପରିବାରକୁ କାର୍ତ୍ତିକର ମୃତ ଦେହ ହସ୍ତାନ୍ତର କରାଯାଇଥିବା ବେଲେ, ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଯାହା ଫଳରେ କାର୍ତ୍ତିକର ଅନ୍ତିମ ସଂସ୍କାର କରାଯାଇଥିଲା । ଜୁନ ୧୫ ତାରିଖ ରାତିରେ କାର୍ତ୍ତିକ ସାଙ୍କ ମାନଙ୍କ ସହିତ ପୁରୀ ବୁଲିବାକୁ ଯାଇଥିବା ବେଳେ, କାର୍ତ୍ତିକ ଘରକୁ ନଫେରିବାରୁ ବିଭିନ୍ନ ଯାଗାରେ ପରିବାରଙ୍କ ପକ୍ଷରୁ ଖୋଜାଖୋଜି କରାଯାଇଥିଲା । ବହୁ ଖୋଜା ଖୋଜି କରିବାପରେ କାର୍ତ୍ତିକର ସନ୍ଧାନ ନମିଳିବାରୁ ଜୁନ ୨୧ ତାରିଖରେ ବିଞ୍ଝାରପୁର ଥାନାରେ କାର୍ତ୍ତିକର ନିଖୋଜ ଘଟଣାକୁ ନେଇ ଅଭିଯୋଗ କରାଯାଇଥିଲା । ପୋଲିସ ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା । ଜୁଲାଇ ୧୬ ତାରିଖରେ ଯୋଜପୁର ଟାଉନ ନିକଟସ୍ଥ ଏକ ପୋଖରରୀରୁ ଏକ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ, ଏହି ଯୁବକର କୌଣସି ପରିଚୟ ନମିଳିବାରୁ ପୋଲିସ ପକ୍ଷରୁ ଶବଟିକୁ ପୋତି ଦେଇଥିଲେ । ଯାହା ଫଳରେ କାର୍ତ୍ତିକର ନିଖୋଜ ହେବା ଘଟଣାକୁ ନେଇ ଏହା କାର୍ତ୍ତିକର ଶବ ବୋଲି ପୋଲିସର ତଦନ୍ତରୁ ଜାଣିବା ପରେ ଏହି ଶବକୁ ପୁଣି ମାଟି ତଳୁ ଖୋଳାଯାଇ ତଦନ୍ତକୁ ଆଗକୁ ନେବାପାଇଁ ଘଟଣାରେ ସଂମ୍ପୃକ୍ତ ଥିବା କାର୍ତ୍ତିର ୨ ସାଙ୍ଗକୁ କଲ୍ୟାଣପୁର ପଂଚାୟତ ବଇରୀବାଗର ବିନୋଦ ବେହେରାଙ୍କ ପୁଅ ବିକି ବେହେରା ଏବଂ ଧୃବ ସାହୁଙ୍କ ପୁଅ ଚନ୍ଦନ ସାହୁ ଏହି ହତ୍ୟା ଘଟଣାରେ ସଂମ୍ପୃକ୍ତ ରହିଥିବା ଘଟଣାକୁ ନେଇ ଅଭିଯୁକ୍ତ ମାନଙ୍କୁ ଜେରା କରିବା ପରେ ହତ୍ୟା କରିଥିବା ୨ସାଙ୍ଗ ମାନିଥିଲେ । କାର୍ତ୍ତିକର ମୃତଦେହକୁ ଯାଜପୁର ଟାଉନର ଏକ ପୋଖରୀରେ ଫୋପାଡ଼ି ଦେଇଥିବା ଜଣାଯାଇଥିଲା । ହତ୍ୟା ଅଭିଯୋଗରେ ବିଞ୍ଝାରପୁର ପୋଲିସ ଆସାମୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଚି ।
କାର୍ତ୍ତିକକୁ ହତ୍ୟା କରିଥିବା ଅଭିଯୋଗରେ ୨ଜଣ ଗିରଫ ହେଲେ
|
July 20, 2023 |