କାରାଗାର ସ୍ଥିତି ଅନୁଧ୍ୟାନ କଲେ ଡିଜି

Spread the love
  •  
  •  
  •  
  •  
  •  

ବାଲେଶ୍ବର, ୦୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଦେଶ ସ୍ବାଧୀନତାର ଠିକ୍ ଶହେ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ବାଲେଶ୍ବର କାରାଗାରର ନବୀକରଣ କରାଯିବ। କେତେକ ପୁରୁଣା କୋଠାକୁ ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରାଯିବ। ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଇଁ ୪ଟି ଜଗୁଆଳି ଟାୱାର ନବୀକରଣ କରାଯିବ ବୋଲି ଡିଜି(ଜେଲ୍) ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଆଜି କାରାଗାର ସମୀକ୍ଷାରେ ଆସିଥିବା ବେଳେ ଡିଜି ଶ୍ରୀ ଉପାଧ୍ୟାୟ ଜେଲ୍ ବୁଲି ଚାଷ ଠାରୁ ଆରମ୍ଭ କରି କଏଦୀଙ୍କ ସୁବିଧା ଅସୁବିଧା ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା‌ କରିଥିଲେ। ଜେଲ୍‌ର ସୁରକ୍ଷା ଓ ଉନ୍ନତୀକରଣ ପାଇଁ ଚେକିଂ ବ୍ୟବସ୍ଥା, କର୍ମଚାରୀ ନିଯୁକ୍ତି ଆଦି ଉପରେ ମଧ୍ୟ ଆଲୋଚନା କରିଥିଲେ। ସେହିପରି କରୋନା ଯୋଗୁଁ ଜେଲ୍‌ରେ ! – ଇ-ମୁଲାକାତି ବ୍ୟବସ୍ଥା ଲାଗୁ ହୋଇଛି। ହେଲେ ପରିସ୍ଥିତି ସୁଧାର ଆସିଲେ ପୂର୍ବଭଳି ଅନ୍ତେବାସୀଙ୍କ ସମ୍ପର୍କୀୟ ଭେଟିବାକୁ ଆସିବ। ତାର ଜାଲି ଥିବାରୁ ସାକ୍ଷାତ ସମୟରେ ପରସ୍ପର‌ପରସ୍ପରକୁ ଦେଖିବାରେ ସମସ୍ୟା ହେଉଛି। ହେଲେ ସୁପ୍ରିମକୋର୍ଟ ଓ ଏନ୍ ଏଆରସି ନିୟମ ଅନୁଯାୟୀ ଏକ ସ୍ବତନ୍ତ୍ର କାଚ ଯୋଗେ ଅନ୍ତେବାସୀ ସେମାନଙ୍କ ସମ୍ପର୍କୀୟଙ୍କୁ ସହଜରେ ଦେଖିପାରିବେ ଖୁବ୍‌ଶୀଘ୍ର ତାର ଜାଲି ବଦଳରେ ଏହି ସ୍ବତନ୍ତ୍ର କାଚ ଲଗାଯିବ ବୋଲି ଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି। ଏହାଛଡ଼ା ଡିଜି ଚାଷ ଉପରେ ମଧ୍ୟ ସେ ଗୁରୁତ୍ବ ଦେଇଥିଲେ। ଜେଲ୍‌ ପରିସରରେ ଥିବା ଚାଷ ଜମି ବୁଲି ଦେଖିଥିଲେ। ଏକର ଏକର ଜମିରେ ହେଉଥିବା ବିଭିନ୍ନ ପନିପରିବା ଚାଷ, ମାଛ ଚାଷର ଉନ୍ନତୀକରଣ ପାଇଁ ଆଲେଚାନା କରିଥିଲେ । ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ପାଇଁ କହିଥିଲେ। କିଭଳି ଚାଷରୁ ଅଧିକ ଲାଭ ଆସିବ, ଲୋକମାନେ ଉପକୃତ ହେବେ। ସେଥିପାଇଁ ଜେଲ୍ ନିକଟରେ ଏକ ଛୋଟ୍‌ କ୍ୟାବିନ୍ କରାଯାଇ ସେଠାରେ ଜେଲ୍‌ର ଚାଷ ଉତ୍ପାଦ ସମେତ ଅନ୍ୟ ଉତ୍ପାଦକୁ ବିକ୍ରି କରିବା‌ ପାଇଁ କହିଥିଲେ । ସମୀକ୍ଷା ବେଳେ ବରିଷ୍ଠ ଅଧୀକ୍ଷକ ବାରିପଦା ମଣ୍ଡଳ କାରାଗାର ପ୍ରଦୀପ୍ତ କୁମାର ବେହେରା, ସୁପରିଟେଣ୍ଡେଣ୍ଟ ସୁଜିତ୍ ରାଉଳ, ଢେର ଦୀପ୍ତିମୟୀ ରାଉତଙ୍କ ସମେ : ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Related Posts

About The Author

Add Comment