କାନ୍ଥ ପଡି ୨ମୃତ, ଜଣେ ଗୁରୁତର
ଯାଜପୁର, ୨୪/୬ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାଲିପାଟଣା କୁଳାଙ୍ଗ ଗ୍ରାମରେ କାନ୍ଥ ପଡି ଆଜି ୨ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଖବର ମୁତାବକ କୁଳାଙ୍ଗ ଗ୍ରାମର ବନମାଳୀ ସାହୁଙ୍କ ପୁରୁଣା ମାଟି ଘର ଭାଙ୍ଗିବାକୁ ବାଲିପାଟଣା ଗ୍ରାମର ଚନ୍ଦନ ଲେଙ୍କା(୨୬) ଏବଂ ବିଷ୍ଣୁ ନାଥଙ୍କ ପୁଅ ପଂଚୁଆ ନାଥ (୨୬) ଆସି ପଂହିଥିବା ପରେ ଉଭୟ ଏବଂ ଘରର ମାଲକ ବନମାଳୀ ମିଶି ଘର ଭାଙ୍ଗୁଥିଲେ । ଏହି ସମୟରେ ଘରର କାନ୍ଥ ସେମାନଙ୍କ ଊପରେ ବୁଷୁଡି ପଡିଥିଲା । ଫଳରେ ଘଟଣାସ୍ଥଳରେ ସେମାନେ ଚାପି ହୋଇଯାଇଥିଲେ । ପରିବାର ଲୋକେ ଏବଂ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରିଥିବା ବେଳେ ସେଠାରେ ଡାକ୍ତର ବନମାଳୀ (୬୦) ଏବଂ ଏବଂ ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ । ଉଭୟ ଗରିବ ପରିବାରର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ଖବର ପ୍ରଥମେ ସନ୍ଧାନ ନିୟୁଜରେ
ରିପୋର୍ଟ- ମାନସ ରାଉତ, ସୁରେଶ ବିଶ୍ୱାଳ
Related Posts
About The Author