କଳାର ପୂଜାରୀ : ବିଶିଷ୍ଟ ଅଭିନେତା କୃତିବାସ ମୁଣ୍ଡ୍

Spread the love
କଟକ  : ଅନନ୍ୟ ଆଦର୍ଶ,ସମାଜସେବା,ସାମାଜିକ ଦାଇତ୍ବବୋଧ,ଉଚ୍ଚ ଚେତନା,ଶୋଭାନୀୟ ଭାବଧାରା,ଅନ୍ୟ ପାଇଁ ତ୍ୟାଗ ଆମ ଜୀବନର ମୁଖ୍ୟ ଲକ୍ଷ୍ୟ ହେବା ବିଧେୟ । ଆମ ସମୟରେ ଅନେକ ମଣିଷ ଅଛନ୍ତି ସେମାନେ ସମାଜ ପାଇଁ ସମର୍ପିତ ଆଉ ଆମ ଆଦର୍ଶ ପ୍ରତିଭା ପରିଚୟ ଦେଇଛନ୍ତି । ବରେଣ୍ୟ ସାରସ୍ୱତ ସାଧକ,ଖ୍ୟାତି ସମ୍ପନ୍ନ ରାଜନେତା,ବଳିଷ୍ଠ ବ୍ୟକ୍ତିତ୍ବ,ନେତୃତ୍ୱ ନେବାର ବିକଶିତ ମଣିଷ,କଳାହାଣ୍ଡି ମାଟିର କୃତି ସନ୍ତାନ,ବିଶିଷ୍ଟ ଅଭିନେତା,ସମାଜସେବୀ କୃତିବାସ ମୁଣ୍ଡ୍ ଅନ୍ୟତମ । ପିତା ପ୍ରମୋଦ କୁମାର ମୁଣ୍ଡ୍ ,ମାତା ଅପୂର୍ବ ମୁଣ୍ଡଙ୍କ ପୁତ୍ର ୧୯୮୬ ମସିହାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉପକଣ୍ଠ ପିପଲଝାପର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ପେଶାରେ ଜଣେ ଇଲେଟ୍ରିକାଲ କଣ୍ଟ୍ରାକ୍ଟର ଆଉ ନିଶା ତାଙ୍କର ସମାଜସେବା,ସାହିତ୍ୟ ସାଧନା ଏବଂ ଅଭିନୟ । ଜଣେ ମଞ୍ଚ ଅଭିନେତା ଭାବେ ବିଭନ୍ନ ଖୋଲା ମଞ୍ଚରେ ନାୟକ ଭୂମିକାରେ ଅଭିନୟ କରି ନିଜର ଅଭିନୟ କଳା ଓ ସଂଳାପର ଯାଦୁରେ ଦର୍ଶକଙ୍କ ମନ ଚିହ୍ନିବା ସହ ଅଗଣିତ ଦର୍ଶକଙ୍କ ଖୁବ୍ ମନମୁଗଧ କରିଛି ଏହାର ସଫଳତା ସ୍ଵରୂପ ତାଙ୍କୁ ମିଳିଛି ବହୁ କରତାଳି ଆଉ ଭୂୟସୀ ପ୍ରଶଂସା ।  ସାଙ୍ଗଠନିକ ଓ ସେବା ମାଧ୍ୟମରେ  ବିଭିନ୍ନ ଅନାଥ ଆଶ୍ରମ ବା ଜରା ଆଶ୍ରମ ସହିତ ଜଡ଼ିତ ହେଇ  ନିରୀହଙ୍କ ମୁହଁରେ ହସ ଫୁଟାଇବା ଆଦି ଅନେକ ସାମାଜିକ କାର୍ଯ୍ୟରେ ନିଜର କୃତି ଓ କୀର୍ତ୍ତି ଅତୁଳନୀୟ  । ଶୈଶବରୁ ସାହିତ୍ୟ ଅନୁରାଗୀ ଆଉ ସାମାଜିକ ଓ କାଳ୍ପନିକ ନାଟକ ଲେଖି ବାରେ ସେ ଖୁବ୍ ସିଦ୍ଧହସ୍ତ । ତାଙ୍କ ନିଜସ୍ଵ ଲିଖିତ କିଛି ନାଟକ ଏବଂ ଅଭିନୟ କରିଥିବା ନାଟକ ମଧ୍ୟରୁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା  ସୁପର ହିଟ୍ ନାଟକ ଗୁଡିକ ହେଲା କିଏ ଯୋଡ଼ି ଦେବ ଭଙ୍ଗା ଚୁଡ଼ିକୁ, ଦେଇଗଲା ଦାଗ ଅଦିନ ମେଘ, କାହିଁକି କେଜାଣି ଏମିତି ହେଲା,ଭିଜା ବରଷାର ଅବୁଝା କଥା,ବରଷା ରାଣୀର ନୂଆ କାହାଣୀ,ସ୍ମୃତିରେ ସ୍ମୃତିରେ ଆମ ଅନୁଭୂତି,ଚାନ୍ଦିନୀ ରାତିର ଜୀବନ ସାଥି , ମିଛେଇ ଝିଅ କୁ ଭଲ ପାଇବା ମନା, ଠକି ଦେଲା ମୋତେ ମିଚ୍ଛେଇ ଝିଅ,  ଆଦି ଅନେକ ନାଟକ ରେ ଅଭିନୟ କରି ଦର୍ଶକ ଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଜୟ ଭୈରବ ଯୁବକ ସଂଘ ମେଦିନୀପୁର ପ୍ରତି ସେ ସଦା ସର୍ବଦା ଉତ୍ସର୍ଗୀକୃତ । ସେ ଗ୍ରାମାଞ୍ଚଳ ପାଇଁ ମଧ୍ୟ ଅନେକ କାଳ୍ପନିକ ନାଟକ ରଚନା କରିଛନ୍ତି ଯାହାକି ଅନେକ ପ୍ରତିଯୋଗିତାରେ ପୁରସ୍କୃତ ହେଇଛି।ତାଙ୍କର ସାହିତ୍ୟ ସଂସ୍କୃତର ଉନ୍ନତି,ପୂଜ୍ୟପୂଜା,ଗ୍ରାମାଂଚଳ ନାଟ୍ୟ ବା ଡ୍ରାମା ସଂସଦ ମାନଙ୍କୁ ସହଯୋଗ ସହ କଳାକାର ମାନଙ୍କୁ ଉତ୍ସାହିତ କରିବା ଆଦି ବହୁ ଗଠନ ମୂଳକ କାର୍ଯ୍ୟର ସେ ନିମଗ୍ନ । ତାଙ୍କ ଛାତ୍ର ଜୀବନ ଆରମ୍ଭ ହୁଏ ଆଦର୍ଶ ବିଦ୍ୟାଳୟ ପଞ୍ଚାୟତ ହାଇସ୍କୁଲ ହାରାମାଳରୁ ମାଟ୍ରିକ ପରେ ପଞ୍ଚାୟତ କଲେଜ ରେ ସ୍ନାତକରେ ମେଧାଛାତ୍ର ଭାବେ ଶିକ୍ଷା ଗ୍ରହଣ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନିଜର ଅନନ୍ୟ ପ୍ରତିଭାର ସିକୃତୀ ସ୍ୱରୂପ ସମଗ୍ର ରାଜ୍ୟରେ ଉଚ୍ଚ ପ୍ରଶଂସିତ ଆଉ ବିଭିନ୍ନ ସାମାଜିକ ସଂଗଠନ ଦ୍ବ।ରା ସମ୍ମାନିତ । ତାଙ୍କ ସାଙ୍ଗଠନିକ ଦକ୍ଷତା,ଶୋଭନୀୟ ଭାବଧାରା,ସମାଜ ସଂସ୍କାର ପାଇଁ ବୈପ୍ଳବିକ ଆହ୍ବାନ,ସାହିତ୍ୟ ସଂସ୍କୃତି ପ୍ରତି ଅବଦାନ ଏବଂ ନିଜ ଅଞ୍ଚଳର ବହୁ ସଂଗଠନ ସହିତ ଜଡିତ ହୋଇ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ।ଯାହାକି ସମାଜ ଆଉ ଜାତି ପାଇଁ ଆଣିଦେଇଛି ଗର୍ବ ଆଉ ଗୌରବ ଏବଂ ପ୍ରେରଣାର ଅମାପ ଉତ୍ସ । ସାରସ୍ବତ ସାଧକଙ୍କ ଉଦ୍ୟମ ସଫଳ ହେଉ।

Related Posts

About The Author

Add Comment