କଳାକାର ଚୟନକୁ ଶୃଙ୍ଖଳିତ ପରିଚାଳନା ପାଇଁ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ

Spread the love

ଯାଜପୁର, ୧୮/୧୨/୨୦୧୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍‌ାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀ ମାନଙ୍କର ଅଡିସନ ଚଳିତ ମାସ ୨୦ ଓ ୨୧ ତାରିଖରେ ସ୍ଥିର ହୋଇଚ୍ଥି । ୨୦ ତାରିଖ ସକାଳ ୧୦ ଘଟିକାରେ ବଡଚଣା, ଧର୍ମଶାଳା, ରସୁଲପୁର, ବରୀ ଓ ଯାଜପୁର ବ୍ଳ୍‌କର କଳାକାର ମାନଙ୍କ ପାଇଁ ସଂପୃକ୍ତ ବ୍ଳକ ସମ୍ମିଳନୀ ଗୃହରେ ଓ ୨୧ ତାରିଖ ସକାଳ ୧୦ ଘଟିକା ସମୟରୁ ବରୀ, ଦଶରଥପୁର. ବିଂଝାରପୁର, କୋରାଇ, ଦାନଗଦୀ ଓ ସୁକିନ୍ଦା ବ୍ଳ୍‌କର କଳାକାର ମାନଙ୍କ ପାଇଁ ସଂପୃକ୍ତ ବ୍ଳ୍‌କର ସମ୍ମିଳନୀ ଗୃହରେ ଅଡିସନ ବା ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ । ବରୀ ବ୍ଳ୍‌କରେ ୭୦୦ ରୁ ଊର୍ଦ୍ଧ୍ୱ କଳାକାର ଥିବାରୁ ଏଠାରେ ଦୁଇଦିନ ଅଡିସନ ହେବ । ପ୍ରଥମ ଦିନ କ୍ରମିକ ସଂଖ୍ୟା ୧ ରୁ ୩୫୦ ଓ ଦ୍ୱିତୀୟ ଦିନ କ୍ରମିକ ସଂଖ୍ୟା ୩୫୧ ରୁ ଶେଷ ପର୍ଯ୍ୟନ୍ତ ଚୟନ କରାଯିବ । ଅଡିସନ ପାଇଁ ଯୋଗ୍ୟ ତାଲିକା ପ୍ରତ୍ୟେକ ବ୍ଳ୍‌କ କାର୍ଯ୍ୟାଳୟ ମାନଙ୍କରେ ପ୍ରଦର୍ଶନ କରାଯାଇଚ୍ଥି । ଆବେଦନ ପତ୍ର ଗୁଡିକୁ ଯାଞ୍ଚ ପରେ ଉପଯୁକ୍ତ ବିବେଚିତ ଆବେଦନକାରୀ ମାନେ ସଂପୃକ୍ତ ବ୍ଳ୍‌କ ସମ୍ମିଳନୀ ଗୃହରେ ଉପସ୍ଥିତ ରହି ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସୂଚନା ଦେଇଚ୍ଥନ୍ତି । ଏହି ଅଡିସନ ପରେ ଜିଲ୍ଳ୍‌ା ସ୍ତରୀୟ କମିଟି ଦ୍ୱାରା ସର୍ବାଧିକ ବୟସ ଆଧାରରେ ୧୦୧ ଜଣ କଳାକାରଙ୍କୁ ସହାୟତା ପାଇଁ ଚୟନ କରାଯିବ । ତେବେ ଅଡିସନରେ ଯୋଗ୍ୟତା ହାସଲ କରିଥିବା ଅନ୍ୟ କଳାକାର ମାନଙ୍କ ତଥ୍ୟ ସଂସ୍କୃତି ବିଭାଗକୁ ପ୍ରେରଣ କରାଯିବ । ଯାହା ପଂଳରେ ଅତିରିକ୍ତ ଲକ୍ଷ୍ୟ ମିଳିବା ସମୟରେ ଆଉ ସଂପୃକ୍ତ କଳାକାରଙ୍କୁ ଆବେଦନ କରିବାକୁ ବା ଅଡିସନ ଦେବାକୁ ପଡିବ ନାହିଁ । ଅର୍ଥାତ ସେହି ଅପେକ୍ଷା ତାଲିକାରୁ ଦକ୍ଷତା ସଂପନ୍ନ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ କରାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମଲ୍ଲିକ କହିଚ୍ଥନ୍ତି । କଳାକାର ମାନଙ୍କ ଅଡିସନ ସଂପର୍କିତ ଏକ କର୍ମଶାଳା ଅତିରିକ୍ତ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମଲ୍ଲିକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ କଳାକାର ଚୟନ ବିଚାରପତି ମାନେ ନିରପେକ୍ଷ ଓ ମୁକ୍ତ ଭାବେ ପ୍ରକୃତ କଳାକାରଙ୍କୁ ଚୟନ ପାଇଁ ପରାମର୍ଶ ଦେଇଥିଲେ । ଯେପରି ଜଣେ ପ୍ରକୃତ କଳାକାର ବଞ୍ଚିତ ନ ହେଉ କିମ୍ୱା ଅଣ କଳାକାର ସାମିଲ ନ ହେଉ ବୋଲି ସେ ପରାମର୍ଶ ଦେଇଥିଲେ । ଏଥିରେ ସହକାରୀ ଜିଲ୍ଳ୍‌ାପାଳ ତିଳୋତ୍ତମା ପୃଷ୍ଟି, ତରଣୀସେନ ପଟ୍ଟନାୟକ, ଜିଲ୍ଳ୍‌ା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ସ୍ୱଳ୍ପ ସଞ୍ଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, ସମସ୍ତ ବ୍ଳକ କଳା ସଂସ୍କୃତି ସଂଘର ଉପ ସଭାପତି ଓ ଅନ୍ୟାନ୍ୟ ବିଚାରପତି ମାନେ ଯୋଗ ଦେଇଥିଲେ । ଜିଲ୍ଳ୍‌ା ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ସରକାରୀ ଗାଇଡଲାଇନ ଅନୁସାରେ ଅଡିସନ ପରିଚାଳନା ପାଇଁ ଅନୁରୋଧ କରିଥିଲେ ।

Related Posts

About The Author

Add Comment