ଭଦ୍ରକ, 13.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ (କଲେକ୍ଟୋରେଟ) ରେ ବହୁ ଅଫିସର ପଦ ଫାଙ୍କା ପଡ଼ିଛି । ଜଣେ ଜଣେ ଅଫିସର ଏକାଧୁକ ଏପରିକି ୮ରୁ ୯ଟି ବିଭାଗର ଦାୟିତ୍ବ ତୁଲାଇବାର ନଜିର ରହିଛି । ସରକାର ପ୍ରଶାସନକୁ ଲୋକାଭିମୁଖା କରୁଛନ୍ତି ବୋଲି କହୁଛନ୍ତି ୫-ଟି ଭଳି କାର୍ଯ୍ୟକ୍ରମ ଲୋକଙ୍କ ସେବାରେ ଲାଗୁ କରିଛନ୍ତି । କିନ୍ତୁ ବିନା ଅଫିସରରେ ପ୍ରାଶାସନିକ କାର୍ଯ୍ୟ କେମିତି ଚାଲୁଥିବ ସେ ବାବଦରେ ବେଶି ଚିନ୍ତା କରାଯାଉନାହିଁ । ଏହି କାରଣରୁ ସରକାରୀ କାର୍ଯ୍ୟାଳୟରୁ ଯେଉଁ ସେବା ସାଧାରଣ ଲୋକେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପାଇବା ଓ ମୂଳର୍ବିଶେଷରେ ତ୍ବରିତ ମିଳିବାରେ ଅସନ୍ନିଧା ହେବା ସ୍ବାଭାବିକ ହୋଇଛି । ମିଳିଥିବା ସୂଚନାନୁଯାୟୀ; କଲେକ୍ଟୋରିଏଟ ବହୁ ଗୁରୁତ୍ବପୂର୍ଣ୍ଣ ପଦରେ ବର୍ଷ ବର୍ଷ ଧରି ଅଫିସର ନାହାନ୍ତି । ଜିଲା ପଞ୍ଚାୟତ ଅଧୁକାରୀ ପଦ ୨ ବର୍ଷ ଧରି ଫାଙ୍କ ପଡ଼ିଛି ଜିଲା ମୃଜୁ ସଞ୍ଜୟ, ଅଧିକାରୀ ପଦ ମ ୨ ବର୍ଷ ଧରି ଫାଙ୍କା ପଡ଼ିଥିବା ବେଳେ ୫ ବର୍ଷରୁ ଅଧୁକ ସମୟ ହେବ ଜିଲା ଭୂ-ଅର୍ଜନ ଅଧୁକାରୀ ପଦ ଫାଙ୍କା ପଡ଼ିଛି । ସେହିଭଳି ଡେପୁଟି ଇଲେକ୍ସନ ଅଫିସର ପଦ ମଧ୍ୟ ୨ ବର୍ଷ ହେବ ଖାଲିଥିବା ବେଳେ ଜିଲା ସାମାଜିକ ସୁରକ୍ଷା ଅଧୁକାରୀ ପଦ ମଧ୍ୟ ପାଖାପାଖ୍ ବର୍ଷେ ହେବ ଖାଲି ପଡ଼ିଛି । ଏହିସବୁ ପଦରେ ଅଫିସର ନଥିବାରୁ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଉପରେ ଅତିରିକ୍ତ ଦାୟିତ୍ବ ପଡ଼ୁଛି । ସୂଚନାନୁଯାୟୀ; ସରକାର ଭଦ୍ରକ କଲେକ୍ଟୋରେଟ ଲାଗି ୫ଟି ଡେପୁଟି କଲେକ୍ଟର ଓ ୫ଟି ଆସିଷ୍ଟାଣ୍ଟ କଲେକ୍ଟର ପଦ ମଞ୍ଜୁର କରିଛନ୍ତି । ଏବେ କଲେକ୍ଟୋରେଟରେ ୫ ଜଣ ଡେପୁଟି କଲେକ୍ଟର ନିଯୁକ୍ତି ପାଇଛନ୍ତି । ୫ରୁ ୩ ଜଣ ଆସିଷ୍ଟାଣ୍ଟ କଲେକ୍ଟର ଅବସ୍ଥାପିତ ଅଛନ୍ତି ୩ ଜଣ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମଧ୍ୟରୁ ବିଶ୍ଵନାଥ ବିଶ୍ବାଳଙ୍କୁ ବାସୁଦେବପୁର ଅତିରିକ୍ତ ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି । ବସନ୍ତ ଲେଙ୍କାଙ୍କୁ ସାର୍ଟିଫିକେଟ ବିଭାଗ ଓ କଲେକ୍ଟର ଦୀପକ ରାଉତଙ୍କୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ଅଧୁକାରୀ ଦାୟିତ୍ବ ସହ ସ୍ଵଚ୍ଛ ସଞ୍ଚୟ ଅଧୁକାରୀ ଚକବନ୍ଦୀ ଅଫିସର ଦାୟିତ୍ବ ବି ଦିଆଯାଇଛି । ନିକଟରେ ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର କାର୍ତ୍ତିକନାଥ ମଣ୍ଡଳଙ୍କର ଅନ୍ୟତ୍ର ବଦଳି ହୋଇଛି । କିନ୍ତୁ ଶ୍ରୀ ମଣ୍ଡଳ ଏକ ସମୟରେ ଜିଲା ଭୂ-ଅର୍ଜନ, ଇଲେକସନ ଅଫିସର, କମେସେସନ, ଡେପୁଟି ଜନଗଣନା ଅଧୁରୀ, ବାଉଣ୍ଡରି ଚେକ ପଏଣ୍ଟ (ବିସିପି), ଅନଲାଇନ ଗ୍ରେଭେନ୍ସ . ମନିଟରିଂ ସେଲ, ଜାତୀୟ ରାଜପଥ ଜମି ଅଧିଗ୍ରହଣ ଅକାରୀ (ସିଏଲଏ), କୋଭିଡ ମ୍ୟାନେଜମେଣ୍ଟ ସହ ଜିଲାପାଳଙ୍କ କୋର୍ଟ ମାମଲା ଭଳି ୯ଟି ବିଭାଗର ଦାୟିତ୍ୱ ତୁଲାଉଥିଲେ । ଏଣୁ ତାଙ୍କ ଅଧୀନରେ ଥିବା ୯ଟି ବିଭାଗର ଦାୟିତ୍ଵକୁ ଅନ୍ୟ ଅକାରୀଙ୍କୁ ବଣ୍ଟନ କରାଯାଇଛି । ଡେପୁଟି କଲେକ୍ଟରମାନଙ୍କୁ ମଧ୍ୟ ଏକା ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତିଙ୍କୁ ଜିଲା ଜରୁରୀ ବିଭାଗ (ଏମରଜେନ୍ସି), ମନିଟରିଂ ସେଲ, ଜନଗଣନା, ଜିଲା ପଞ୍ଚାୟତ ଅଧ୍ୱରୀ, କୋଭିଡ ମ୍ୟାନେଜମେଣ୍ଟ ସହ ଜିଲାପାଳଙ୍କ କାର୍ଯ୍ୟାଳୟର କୋର୍ଟ ମାମଲାର ପରିଚାଳନା ଭଳି ୫ଟି ଦାୟିତ୍ବ ଦିଆଯାଇଛି। ଡେପୁଟି କଲେକ୍ଟର ମନୋରମା ଜାଲି ରାଜସ୍ବ ” ବିଭାଗ, କ୍ଷତିପୂରଣ ଓ ବିସିପି ସେଲର ଦାୟିତ୍ବ ତୁଲାଉଛନ୍ତି । ଡେପୁଟି କଲେକ୍ଟର ମନୋରମା ଭୁୟାଁଙ୍କୁ ଅତିରିକ୍ତ ଭାବେ ଡେପୁଟି ଇଲେକ୍ସନ ଅଫିସର, ଜିଲା ଭୂ-ଅର୍ଜନ ଅକାରୀ, ସ୍ଵତନ୍ତ୍ର ଭୂ-ଅର୍ଜନ ଅଧୁକାରୀ ଧାମରା ବନ୍ଦର ପ୍ରକଛି, ନୋଡାଲ ଅଫିସର ଜାତୀୟ ରାଜପଥ ଦାୟିତ୍ବ ଦିଆଯାଇଛି। ଡେପୁଟି କଲେକ୍ଟର ଅନୁପମା ଘୋଷ ପ୍ରତିଷ୍ଠାନ ବିଭାଗ ସହ ଜିଲା ସାମାଜିକ ସୁରକ୍ଷା ଅଧ୍ବକାରୀ ଦାୟିତ୍ବ ତୁଲାଇଛନ୍ତି । ଡେପୁଟି କଲେକ୍ଟର ରାମଚନ୍ଦ୍ର ଯେନା ଅଡିଟ ଓ କୁଡିସିଆଲ ବିଭାଗର ଦାୟିତ୍ବ ତୁଲାଉଛନ୍ତି ।
କଲେକ୍ଟୋରେଟରେ ଅଫିସ୍ ର ମରୁଡି
|
December 13, 2020 |