କଲାଣ୍ଡ ଗ୍ରାମରେ ଗ୍ରହରାଜ ଶନିଦେବଙ୍କ ଜଳ ଅଭିଷେକ: ଶତାଧିକ ମହିଳାଙ୍କ ସମାଗମ

Spread the love

ଜେନାପୁର ୨୫/୪ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତର କଲାଣ୍ଡ ଗ୍ରାମରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଗ୍ରହରାଜ ଶନିଦେବଙ୍କ ଜଳ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ତଥା ଆଖପାଖ ଅଞ୍ଚଳର ଶତାଧିକ ମହିଳା ଏକତ୍ରିତ ହୋଇ ଶନିଦେବଙ୍କ ନିକଟରେ ଶ୍ରଦ୍ଧାର ସହ ଜଳ ଲାଗି କରିଛନ୍ତି,

​ ଭୋର ସମୟରୁ ମହିଳାମାନେ ଶୁଦ୍ଧ ପୂତ ଭାବେ କଳସ ଧରି ଏକ ଶୋଭାଯାତ୍ରାରେ ବାହାରି ପବିତ୍ର ଜଳ ସଂଗ୍ରହ କରିଥିଲେ।​ଜଳ ଅଭିଷେକ ଓ ପୂଜାର୍ଚ୍ଚନା: ଶନି ମନ୍ଦିର ପ୍ରାଙ୍ଗଣରେ ମନ୍ତ୍ରୋଚାରଣ ଏବଂ ଶଙ୍ଖ ଧ୍ୱନି ମଧ୍ୟରେ ଶନିଦେବଙ୍କ ବିଗ୍ରହରେ ଜଳ ଅଭିଷେକ କରାଯାଇଥିଲା। ଗ୍ରାମର ସୁଖ-ଶାନ୍ତି ଓ ସମସ୍ତଙ୍କ କଲ୍ୟାଣ କାମନା କରି ଏହି ବିଶେଷ ପୂଜା ଅନୁଷ୍ଠିତ ହୋଇଛି।ଲୋକବିଶ୍ୱାସ: ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଳ ଅଭିଷେକ କରିବା ଦ୍ୱାରା ଶନି ଦଶାରୁ ମୁକ୍ତି ମିଳିବା ସହ ପରିବାରରେ ମଙ୍ଗଳ ହୋଇଥାଏ ବୋଲି ଶ୍ରଦ୍ଧାଳୁମାନେ ମତ ପ୍ରକାଶ କରିଛନ୍ତି।​ଏହି କାର୍ଯ୍ୟକ୍ରମରେ ଗ୍ରାମର ସଦସ୍ୟ ଏବଂ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରି ପରିଚାଳନା କରିଥିଲେ। ଭଜନ କୀର୍ତ୍ତନରେ କଲାଣ୍ଡ ଗ୍ରାମର ଆକାଶ ବାୟୁ ପ୍ରକମ୍ପିତ ହୋଇଉଠିଥିଲା।

Related Posts

About The Author

Add Comment