ଜେନାପୁର/(ସନ୍ଧାନ ନ୍ୟୁଜ୍); ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧିନ କଲାଣ୍ଡ ଗୁରୁସାହି ଠାରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମହାଆଡମ୍ବର ସହ ୩୮ ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି। ଅପରାହ୍ନରେ ଗ୍ରାମ ନଦୀରୁ ଗ୍ରାମବାସୀଙ୍କ ଦ୍ଵାରା ଜଳ କଳସ ଆଣି ଗୌରାଙ୍ଗ ମହାପ୍ରଭୁଙ୍କୁ ମଣ୍ଡପ ଆବାହନ କରାଯାଇଥିଲା। ସେହି ଦିନ ଠାରୁ ଅଖଣ୍ଡ ନାମ ସଂକୀର୍ତ୍ତନ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ପ୍ରଭାତୀ ନାମ ସଂକୀର୍ତ୍ତନ କରାଯାଇ ହରିନାମ ସମାପ୍ତ କରାଯାଇଥିଲା। ଅପରାହ୍ନରେ ବୈଠକ କୀର୍ତ୍ତନ ହେବା ସହିତ ଗୌରାଙ୍ଗ ମହାପ୍ରଭୁ ନଗର ପରିଭ୍ରମଣ କରିଥିଲେ। କଲାଣ୍ଡ ଗ୍ରାମର ବିଭିନ୍ନ ସାହିରେ ପରିକ୍ରମା କରି ପ୍ରଭୁ କୁଞ୍ଜ ପ୍ରବେଶ କରିଥିଲେ। ସୂର୍ଯ୍ୟାସ୍ତ ପୂର୍ବରୁ ଦଧି କଳସ ଗ୍ରାମର ଶରତ ଗୁରୁ ବରାଳଙ୍କ ଦ୍ୱାରା ଭଙ୍ଗା ଯାଇଥିଲା।ଲକ୍ଷ୍ମୀ ନାରାୟଣ ମହିଳା କୀର୍ତନ ମଣ୍ଡଳୀ, ବୃନ୍ଦାବନ ଜୀୟୁ, ମଧୁବନ, ମୁଗୁପାଳ, ଯାଜପୁର, ସଂଖଚିଲା ଏମିତି ବିଭିନ୍ନ ସ୍ଥାନ ରୁ ୭ ଦଳରୁ ଉର୍ଦ୍ଧ୍ବ ସଂକୀର୍ତ୍ତନ ମଣ୍ଡଳୀ ଓ ଭକ୍ତ ମାନେ ଯୋଗ ଦେଇ ନିତାଇ ଗୌରାଙ୍ଗ ମହାପ୍ରଭୁଙ୍କ ନାମ ଜପ କରିବା ସହିତ ଆଶୀର୍ବାଦ ଲାଭ କରିଥିଲେ। ପରେ ନିମନ୍ତ୍ରିତ ସଂକୀର୍ତ୍ତନ ମଣ୍ଡଳୀ ଙ୍କୁ ମାଲସା ଭୋଗ ସହିତ ଦକ୍ଷିଣା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ମୁଖିଆ ଗୋବର୍ଦ୍ଧନ ଗୁରୁଙ୍କ ପ୍ରତ୍ୟେକ ତତ୍ୱବଧାନରେ ଏହା ପରିଚାଳନା ହୋଇଥିଲା। ପଣ୍ଡିତ ବଟ ଦାଶ ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ସମ୍ପୂର୍ଣ୍ଣ ପୂଜା କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ପୂଜାରେ କର୍ତ୍ତା ଭାବେ ବିଜୟ ଗୁରୁ କାର୍ଯ୍ୟ ନିର୍ବାହ କରିଥିଲେ । ଭଜନ ସମାରୋହ ଗୁରୁସାହି ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶାନ୍ତିପର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା
କଲାଣ୍ଡ ଗୁରୁ ସାହିରେ ୩୮ ତମ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ
|
February 5, 2026 |



