କର୍କଟ ରୋଗରେ ଭଗବାନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Spread the love
  •  
  •  
  •  
  •  
  •  

ଚଣ୍ଡିଖୋଲ, ୧୦/୦୪ (ସନ୍ଧାନ ନିୟୁଜ) : ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମର ଭଗବାନ ସ୍ୱାଇଁ । ଆଜକୁ ପ୍ରାୟ ବର୍ଷେ ହେବ କର୍କଟ ରୋଗରେ ପିଡିତ ହୋଇ କଟକ ସ୍ଥିତ ଆଚାର୍ଯ୍ୟ ହରିହର କେନ୍ଦ୍ରରେ ଚିକିସିôତ ହେଉଛନ୍ତି ।ନିଜର ପରିବାର କହିଲେ ୫ପ୍ରଣୀ କୁଟୁମ୍ବ । ୪ଝିଅ ଏବଂ ଗୋଟିଏ ପୁଅକୁ ନେଇ ସଂସାର । ପ୍ରତିଦିନ ବିଭିନ୍ନ ଦୋକାନ ଏବଂ ଗ୍ରାମକୁ ଗ୍ରାମ ବୁଲି ପାଇଁରୁଟି ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଭଗବାନ ଏବେ ନିରୁପାୟ । କର୍କଟ ରୋଗରେ ପିଡିତ ହେବା ପରେ ଘରର ଯେଉଁ ଜମି ଖଣ୍ଡକ ଥିଲା ତାହାକୁ ବିକ୍ରି କରି ଚିକତ୍ସିତ ହୋଇଥିଲା । ତାହାବି ନିଅଂଟ ପଡିଲା । ପରେ ସମିତିସଭ୍ୟ ପ୍ରୀତମ ନାୟକ ଏବଂ ଗ୍ରାମବାସୀ ମିଶି କିଛି ସାହାର୍ଯ୍ୟ ସହଯୋଗ କରିଥିଲେ । ଫଳରେ ପ୍ରଥମ କେମା ନେବାରେ ଭଗବାନ ସଫଳ ହୋଇଥିଲେ । ଏବେ ପୁଣି ଦିତ୍ୱୀୟ ଥର ପାଇଁ କେମାର ଆବଶ୍ୟକତା ରହିଥିବା ବେଳେ ପାଖରେ ପାଇସାଟିଏ ନାହିଁ । ଏପରି ସ୍ଥଳେ କିପରି କେମା ନେବ ସେନେଇ ବିଭିନ୍ନ ଲୋକପାଖରେ ହାତ ପତାଇବାରେ ଲାଗିପଡିଛନ୍ତି ଭଗବାନ ।  ତୁରନ୍ତ ତାଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା କରିବାକୁ ଭଗବାନଙ୍କ ସମେତ ଗ୍ରାମବାସୀ ଜିଲ୍ଲାପାଳକୁ ନିବେଦନ କରିଛନ୍ତି ।

Related Posts

About The Author

Add Comment