କରୋନା ଯୋଗୁଁ ତାଳଚେରରେ ହେବନାହିଁ ଗଣେଶ ପୂଜା

Spread the love

ତାଳଚେର, ୧୩/୦୮/୨୦ (ସନ୍ଧାନ ନିଉଜ) : କୋଭିଡ଼ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ତାଳଚେରର ଗଣପର୍ବ ଗଣେଶ ପୂଜା ଅନୁଷ୍ଠିତ ହେବ ନାହିଁ । କୌଣସି ସର୍ବସାଧାରଣ ସ୍ଥାନ,ମଣ୍ଡପ,ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଗୁରୁବାର ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି । ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ଏହି ବୈଠକରେ ସଭାପତିତ୍ୱ କରିଥିଲେ । ପ୍ରଶାସନର ଏହି ନିଷ୍ପତ୍ତିକୁ ଅବମାନନା କଲେ କୋଭିଡ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଥାନା ଆଇଆଇସି ସତ୍ୟବ୍ରତ ରାଉତ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉକ୍ତ ବୈଠକରେ ଉପସ୍ଥିତ ଥିଲେ ।

Related Posts

About The Author

Add Comment