ଚଣ୍ଡିଖୋଲ,୧୫/୫(ସନ୍ଧାନ ନିୟୁଜ), ସାମ୍ବାଦିକ ରତିକାନ୍ତ ବଳ ଓରଫ୍ ମଣ୍ଟୁ (୩୮) ଙ୍କୁ କୋଳେଇ ନେଇଛି କରୋନା,କରୋନା ଆକ୍ରାନ୍ତ ହୋଇ ଯାଜପୁର ଠାରେ ଚିକିତ୍ସାଧିନ ଥିଲେ, ଅବସ୍ଥାରେ ଅବନତି ଦେଖା ଦେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୂବନେଶ୍ବର ସ୍ଥାନାନ୍ତରିତ କରାଯାଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି। ଜଣେ ମିଷ୍ଟଭାଷୀ, ବନ୍ଧୁ ବତ୍ସଲ ଓ ପରୋପକାରୀ ଯୁବକ ହିସାବରେ ତାଙ୍କର ନିଜ ଗାଁଆ ନଳୀପୁର ଓ ଆଖପାଖ ଅଞ୍ଚଳରେ ସେ ବହୁ ଜଣା ଶୁଣା। ବନ୍ଧୁ, ବାନ୍ଧବ, ସାହି ପଡିଶା ସବୁରି ସୁଖ ଦୁଃଖ ରେ ଭାଗୀଦାର ହୁଅନ୍ତି ସେ। ସ୍ଵଳ୍ପ ଦିନର ସାମ୍ବାଦିକତା ଭିତରେ ସେ ନିଜର ଏହି ସବୁ ଗୁଣ ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିବା ସହ ଆତ୍ମୀୟତା ବଢାଇ ପାରିଥିଲେ ସାମ୍ବାଦିକଙ୍କ ଗହଣରେ। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବାଲିଚନ୍ଦ୍ରପୁର ଓ ଏହାର ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି
କରୋନା ଯୁଦ୍ଧ ହାରିଗଲେ କରୋନା ଯୋଦ୍ଧା ସାମ୍ବାଦିକ ରତିକାନ୍ତ ବଳ
|
May 15, 2021 |


