କଟକ, ୧୧/୦୬/୨୦୨୧ (ସନ୍ଧାନ ନିଉଜ) – କରୋନା ମହାମାରୀ ସମୟରେ କଟକସ୍ଥିତି ଆଚାର୍ଯ୍ୟ ହରିହର ହସ୍ପିଟାଲରେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ଜୈନିକ ଯୁବକଙ୍କୁ ଜରୁରୀ କାଳୀନ ଭିତ୍ତିରେ ଏ+ଏସଡିପି ଦାନକରି ନିଜ ମାନବିକତାର ପରିଚୟ ପ୍ରଦାନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଜାତୀୟ ଯୁବ ପ୍ରକଳ୍ପ କଟକର ଶାଖାର ଆବାହକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମାଜବିଜ୍ଞାନର ଛାତ୍ର ପ୍ରକାଶ ଚନ୍ଦ୍ର ମହାପାତ୍ର । ସୂଚନାଥାଉକି ଯୁବ ସମାଜସେବୀ ପ୍ରକାଶ ଏବେସୁଦ୍ଧା ୨୪ ଥର ରକ୍ତଦାନ କରିବା ସହ ୧ ଥର ଏସଡିପି ଦାନ କରିଛନ୍ତି ଏଥିସହ କରୋନା ଯୋଦ୍ଧା ଭାବେ ଏସସିବି ବଡ ମେଡ଼ିକାଲ,ନିଜଗ୍ରାମ ମୟୁରଭଞ୍ଜ ଏବଂ କଟକ,ଭୁବନେଶ୍ୱର,ଯାଜପୁର ଆଦି ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟ,ବୃକ୍ଷରୋପଣ,ପ୍ରାକୃତିକ ବିପର୍ଯୟ ମୁକାବିଲା,ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା,ଯୁବ ଚେତନା ଶିବିର ଆୟୋଜନ,ରକ୍ତଦାନ ଶିବିର ଆଦି ଆୟୋଜନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
କରୋନା ମହାମାରୀ ସମୟରେ ଯୁବ ସମାଜସେବୀ ପ୍ରକାଶ ଚନ୍ଦ୍ର ମହାପାତ୍ର ସାଜିଲେ ଦେବଦୂତ
|
June 11, 2021 |