ଭୁବନେଶ୍ୱର, ୧୯/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) : କରୋନା ଭୂତାଣୁ ସଂକ୍ରମଣ ଭୟରେ ଗୃହ ପାଳିତ ଜୀବଜନ୍ତୁଙ୍କୁ ପରିତ୍ୟାଗ ନକରିବାକୁ ଗୃହ ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି। ଏ ସଂପର୍କରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁ ପ୍ରସାଦ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ସେ ଉଲ୍ଲେଖ କରିଛନ୍ତି ରାଜ୍ୟରେ କେତେକ ଲୋକ ନିଜ ଗୃହରେ ରଖିଥିବା ପୋଷା ତଥା ଗୃହ ପାଳିତ ଜୀବଜନ୍ତୁଙ୍କୁ କରୋନା ସଂକ୍ରମଣ ଭୟରେ ଘରୁ ବାହାର କରିଦେବା ଘଟଣା ବିଭାଗର ନଜରକୁ ଆସିଛି। ଫଳରେ ଏହି ନିରୀହ ପଶୁମାନେ ଖାଦ୍ୟ, ପାନୀୟ ଓ ଆଶ୍ରୟ ଠିକ୍ ଭାବରେ ପାଉନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି କରୋନା ଭୂତାଣୁ ସଂକ୍ରମଣରେ କୁକୁର ଓ ବିରାଡ଼ିଙ୍କ ପରି ପୋଷା ଜନ୍ତୁଙ୍କର କୌଣସି ଭୂମିକା ନାହିଁ। କୋଭିଡ୍-୧୯ କେବଳ ମନୁଷ୍ୟ ଦ୍ୱାରା ସଂକ୍ରମିତ ହେଉଥିବା ଭୂତାଣୁ।
କରୋନା ଭୟରେ ଗୃହ ପାଳିତ ଜୀବଜନ୍ତୁଙ୍କୁ ପରିତ୍ୟାଗ ନକରିବାକୁ ପରାମର୍ଶ
|
March 19, 2020 |


