ଜେନାପୁର, ୮/୪/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ସାରା ରାଜ୍ୟରେ କରୋନାର ଭୟାବହତାକୁ ଆଖି ଆଗରେ ରଖି ଏହା କିପରି ସଂକ୍ରମିତ ନହେବ ସେଥିପାଇଁ ଲକଡାଉନ ଘୋଷଣା କରାଯାଇଛି । ଫଳରେ ଅନେକ ଦିନ ମଜୁରିଆ, ଖଟିଖିଆ ଲୋକ ଏବେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି । ଫଳରେ ଖାଦ୍ୟ ପଦାର୍ଥ ସଗ୍ରହ କରିବା କଷ୍ଟକର ହୋଇପଡିଛି । ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଂଚାୟତର ଅପହଞ୍ଚ ଆଦିବାସି ବସ୍ତି ହନୁଆରେ ଏବେ ଖାଦ୍ୟ ସଂକଟ ଦେଖା ଦେଇଛି । ଏଠାରେ ଅନେକ ଦିନ ଧରି ରହିଆସୁଛନ୍ତି ୩୦ରୁ ଅଧିକ ଆଦିବାସୀ ପରିବାର । ବଲାଙ୍ଗିଆ, ବୁରୁସାହି, ମହୁଲଖଳି ଭଳି ଏଠାରେ ମଧ୍ୟ ସମାନ ଭାବରେ କାମ ଅନ୍ୱେଷଣରେ ଆସି କ୍ରସର ଓ କଳ କାରଖନାରେ ମୁଲ ମଜୁରି ଲାଗି ଚଳୁଛନ୍ତି । ଦିନେ ମୁଲ ଲଗିବାକୁ ନ ଗଲେ ଚୁଲି ଜଳେ ନାହିଁ । ଏ ପରିସ୍ଥିତିରେ କରୋନା କଟକଣା ଏମାନଙ୍କ ମୁହଁରୁ ଆହାର ଛଡାଇ ନେଇଛି । ପିଲାଙ୍କ ମୁହଁରେ ଦାନା ମୁଠିଏ ଦେବାପାଇଁ ଘରୁ ଗୋଡ କାଢି ପାରୁ ନାହାଁନ୍ତି ଲୋକେ । ଲକଡାଉନ ଘୋଷଣା ହେବା ପରଠାରୁ ସ୍ଥାନୀୟ ଅଂଚଳରେ ଲୋକମାନଙ୍କୁ ସଚେତନ କରିବା ସହିତ ଅଭାବି ଓ ଭୋକିଲା ଲୋକଙ୍କ ପାଖରେ କୋଉଠି ନା କୋଉଠି ପ୍ରତ୍ୟେକ ଦିନ ଅନବରତ ପହଞ୍ଚି ଥିବା ଜେନାପୁର ଥାନାଧିକାରୀ, ସଚେତନ ନାଗରିକ ମଞ୍ଚ ଓ ନେତାଜୀ ସାମ୍ବାଦିକ ସଙ୍ଘର ସାମ୍ବାଦିକ ମାନେ ଆଜି ସକାଳୁ ଏହି ହନୁଆ ବସ୍ତିରେ ପହଞ୍ଚôଥିଲେ । ସେମାନଙ୍କୁ କରୋନା ସମ୍ବନ୍ଧରେ ସଚେତନ କରିବା ସହିତ ସେମାନେ ଏହି ଦୁର୍ଦିନରେ କିପରି ଭାବରେ ନିଜର ଜୀବିକା ନିର୍ବାହ କରୁଛନ୍ତି ତାର ତଦାରଖ କରିବା ସହିତ ସେମାନଙ୍କ ପାଖରେ କିପରି ଖାଦ୍ୟ ପହଞ୍ଚô ପାରିବ ତାର ବ୍ୟବସ୍ଥା କରିବା ଥିଲା ମୂଳ ଲକ୍ଷ । ହନୁଆରେ ବାସ କରୁଥିବା ପରିବାର ମାନଙ୍କ ପାଖରେ ସଚେତନତାର ଘୋର ଅଭାବ ରହିଛି । ପ୍ରତି ପରିବାରରେ ୪/୫ ପିଲା ଫୁଙ୍ଗୁଳା ଦେହରେ ଖାଦ୍ୟ ଅଶାରେ ବୁଲୁଥିବା ଦେଖାଯାଇଛି । ପରିବାର ନିୟୋଜନ କୌଣସି ପରିବାରରେ ହୋଇଥିବା ପରି ଜଣା ଯାଉନଥିଲା । ପ୍ରତି ଏକ ବର୍ଷ ଅନ୍ତରରେ ଏକାଧିକ ପିଲା ଏହି ପରିବାରକୁ ରୁଧିମନ୍ତ କରିଛନ୍ତି । ସତେ ଯେପରି ପରିବାର ନିୟୋଜନ ଆଇନକୁ ଏଠାରେ ଉପହାସ କରାଯାଇଛି । ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ସେଠାରେ ଘର ଘର ବୁଲି ପରିବାର ନିୟୋଜନ ବିଷୟରେ ସେମାନଙ୍କୁ ଅବଗତ କରାଇବା ଏକାନ୍ତ ଜରୁରୀ ହୋଇପଡିଛି । କରୋନା ବିଷୟରେ ସେମାନଙ୍କୁ ବୁଝାଇବାରେ ସେମାନେ କହନ୍ତି କଣ କରୋନା, ଆମେ ତ ଘରୁ ଗୁଡ କାଢି ପାରୁନୁ । ଆମେ ଖାଇବୁ କିସ । ଆମର ପିଲାଛୁଆ ଉପାସରେ । ଖଟୁଥିଲୁ ଖାଉଥିଲୁ ଏବେ କିସ କରିବୁ । ତାଙ୍କର ଏଭଳି ଅବସ୍ଥାକୁ ଦେଖି ପ୍ରତ୍ୟେକ ପରିବାରକୁ ଚାଉଳ, ଚୁଡା, ଆଳୁ, ଡାଲି, ସାବୁନ, ସର୍ଫ, ଚାହା ଚିନି ଆଦି ଦୁଇ ପ୍ୟାକେଟ ଲେଖାଏଁ ଯୋଗଇ ଦିଆଯାଇଛି । ଆଗକୁ ମଧ୍ୟ କିପରି ଏହି ଲକଡାଉନ ସମୟ ଭିତରେ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଯୋଗଇ ଦିଆଯାଇପାରିବ ସେଥିପ୍ରତି ଥାନାଧିକାରୀ ସୁଶାନ୍ତ କୁମାର ଦାସ ଗୁରୁତ୍ୱ ଦେବେ ବୋଲି କହିଥିଲେ । ନାଗରିକ ମଞ୍ଚର ସଦସ୍ୟ ଓ ନେତାଜୀ ସାମ୍ବାଦିକ ସଙ୍ଘର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ । ସେଠାରେ ତୁରନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମଞ୍ଚ ଓ ସଙ୍ଘ ତରଫରୁ ଦାବି କରାଯାଇଛି ।
କରୋନା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲେ ଥାନାଧିକାରୀ, ନାଗରିକ ମଞ୍ଚ ଓ ସାମ୍ବାଦିକ ସଂଘ
|
April 8, 2020 |
![](https://sandhannews.com/wp-content/uploads/2018/10/sandhan-222.jpg)