କେନ୍ଦ୍ରାପଡା, ୧୨/୦୭/୨୦ (ସନ୍ଧାନ ନିଉଜ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ୨୭୧ସ୍ୱାବ ପରୀକ୍ଷା କରାଯାଇଛି। ଏହି ଅବସରରେ ଶ୍ୟାମସୁନ୍ଦରପୁର ପଂଚାୟତର ସରପଂଚ ପୁଷ୍ପଲତା ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ୨୭୧ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ସ୍ୱାବ ନେଗେଟିଭ ଆସିଥିବା ସରପଂଚ ଜଣାଇଛନ୍ତି। ସମ୍ପୂର୍ଣ୍ଣ ପଂଚାୟତକୁ କରୋନାମୁକ୍ତ କରାଯିବା ପାଇଁ ସରପଂଚ ଶ୍ରୀମତୀ ସେନାପତିଙ୍କ ନିଷ୍ଠା ଓ ପ୍ରଚେଷ୍ଠା ଫଳପ୍ରଦ ହୋଇଥିବା ଦେଖାଯାଇଛି। ସରପଂଚ ଶ୍ରୀମତୀ ସେନାପତି ପଂଚାୟତର ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରିବା ଫଳରେ ଏହି ସଫଳତା ମିଳିଛି। ବିଶେଷକରି କରୋନା ମହାମାରୀ ସମୟରେ ଡା-ଶ୍ରୀକାନ୍ତ ସ୍ୱାଇଁ, ଏ-ଏନ-ଏମ- ଚିନ୍ମୟୀ ସେନାପତି, ଅଙ୍ଗନୱାଡି ଓ ଆଶାକର୍ମୀ ଏବଂ ୱାର୍ଡସଭ୍ୟମାନେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ସେବା କରିଛନ୍ତି ତାହା ସାଧାରଣରେ ପ୍ରଶଂସାନୀୟ ହୋଇଛି। ସମସ୍ତଙ୍କ ସହଯୋଗ ପାଇଁ ସରପଂଚ ଶ୍ରୀମତୀ ସେନାପତି କୃତଜ୍ଞତା ଜଣାଇଛନ୍ତି।
କରୋନାମୁକ୍ତ ଶ୍ୟାମସୁନ୍ଦରପୁର ପଂଚାୟତ ୨୭୧ ସ୍ୱାବ ପରୀକ୍ଷା
|
July 12, 2020 |
![କରୋନାମୁକ୍ତ ଶ୍ୟାମସୁନ୍ଦରପୁର ପଂଚାୟତ ୨୭୧ ସ୍ୱାବ ପରୀକ୍ଷା](https://sandhannews.com/wp-content/themes/mts_newsonline/images/nothumb-featuredfull.png)