କରୋନା ସଚେତନତା ବାର୍ତ୍ତା ବାହକ  ଯାନର ଶୁଭାରମ୍ଭ 

Spread the love

ବାଲିଗୁଡା, ୦୮/୦୬ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା  ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ଦ୍ଵାରା କରୋନା ସଚେତନତା ବାର୍ତ୍ତା ବାହକ ଗାଡ଼ି ଓ ପୋଷ୍ଟର କ୍ୟାମ୍ପେନ କୁ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଅନ୍ୟ ଅତିଥି  ମାନଙ୍କ ମଧ୍ୟରେ ସ୍ଥାନୀୟ ସି. ଡି.ପି.ଓ.ଅନିତା କୁମାରୀ ଦାଶ ଏବଂ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ରେ ଯୋଗଦେଇ କ୍ୟାମ୍ପେନ ର ସଫଳତା କାମନା କରିଥିଲେ । ବାଲିଗୁଡ଼ା ବ୍ଲକର ସମସ୍ତ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କରାେନା ସଚେତନତାର ବାର୍ତ୍ତାକୁ ମାଇକ ଯୋଗେ ତଥା ପୋଷ୍ଟର, ଲିଫଲେଟ୍, ଫ୍ଲେକ୍ସ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ଲୋକମାନଙ୍କୁ ଟୀକାକରଣ ପାଇ ଆଗ୍ରହ ସୃଷ୍ଟି  କରାଯିବ ବୋଲି ଅନୁଷ୍ଠାନର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି l ଏଥିରେ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱଜିତ୍ ଜେନା, ଦେବରାଜ କୈବର୍ତ୍ତ, ସୁଜିତ୍ ଦିଗାଲ, ରୋହିତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ  ।

Related Posts

About The Author

Add Comment