ରସୁଲପୁର,୩ /୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅଂଚଳରେ ଅନୁଷ୍ଠିତ ହେଉଥିବା ପୁରାଣ ପ୍ରସିଦ୍ଧ ସିଂହାପୁର ଯାତ୍ରା କମିଟି ବିରୋଧରେ ସ୍ଥାନୀୟ ସରପଂଚ ଆରତୀ ପହି ମୁହଁ ଖୋଲିଛନ୍ତିି । କମିଟି ଗଣତାନ୍ତ୍ରିକ ଧାରା ଅନୁସାରେ କାର୍ଯ୍ୟ କରୁନାହିଁ ବୋଲି ଅଭିଯୋଗ କରି ସରପଂଚ ଶ୍ରୀମତି ପହି କମିଟିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର କମିଟିର ସଭାପତିଙ୍କ ନିକଟକୁ ପଠାଇଛନ୍ତି । ଏହାପରେ କମିଟି ପାଇଁ ଅଡୁଆ ପରିସ୍ଥିତି ଉପୁଯିଛି । ଆସନ୍ତା ୧୪,ଅପ୍ରେଲରେ ସିଂହାପୁର ଯାତ୍ରା ଆରମ୍ଭ ହେବ । ଯାତ୍ରା ଅବ୍ୟହତି ପୂର୍ବରୁ କମିଟିରେ ବିଶୃଙ୍ଖଳା ଯାତ୍ରା ପରିଚାଳନାରେ ଅସୁବିଧା ସୃଷ୍ଟିହେବାର ସମ୍ଭାବନା ଦେଖାଦେଇଛି ।
ଅଭିଯୋଗରୁ ଜଣାଯାଏ ଐତିହାସିକ ଯାତ୍ରା କମିଟିକୁ ଅସମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି ସରପଂଚ ଦର୍ଶାଇଛନ୍ତି । ଏଠାରେ କର୍ମକର୍ତ୍ତା ଓ ସଦସ୍ୟଙ୍କ ମତାମତକୁ ଗୁରୁତ୍ୱ ଦିଆନଯାଉ ନାହିଁ । କମିଟି ବହୁ ପୁରୁଣା ହେଲେ ବି ଏହା ପଞ୍ଜିକୃତ ହୋଇନାହିଁ । ବ୍ୟକ୍ତିଗତ ନିଷ୍ପତ୍ତି କମିଟର ନିଷ୍ପତିରେ ପରିଣତ ହେଉଛି । କମିଟି ଚଳାଇବା ସକାଶେ କୌଣସି ନିୟମାବଳୀ ଓ ସର୍ତ୍ତାବଳି ରଖାଯାଇ ନାହିଁ । ଏହିଭଳି ଅଣ ସାମ୍ବିଧାନିକ କମିଟିରେ ସଦସ୍ୟ ରହିବା ଉଚିତ ମଣି ନାହାଁନ୍ତି । ସେ ଜଣେ ଜନପ୍ରତିନିଧି ଭାବରେ ଜନସାଧାରଣଙ୍କ ମତକୁ ସମ୍ମାନ ଦିଅନ୍ତି । ଉକ୍ତ କମିଟିରେ ସ୍ଥାସନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ, ସୁବିଧା ଉପରେ ଆଦୌ ଗୁରୁତ୍ୱ ଦିଆଯାଉ ନଥିବାରୁ ସେ କମିଟିରୁ ଇସ୍ତଫା ଦେଇଛନ୍ତି ସପରପଂ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
Report- J Rout