କବି ରମାକାନ୍ତ ରଥଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମିର ପକ୍ଷରୁ ଘୋଷଣା

Spread the love

ଭୁବନେଶ୍ୱର 30/6 (ସନ୍ଧାନ ନିୟୁଜ): ବିଶିଷ୍ଟ କବି ତଥା ବରିଷ୍ଠ ସାରସ୍ବତ ସାଧକ ରମାକାନ୍ତ ରଥଙ୍କୁ ୨୦୧୮ ବର୍ଷ  ପାଇଁ  ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ କରାଯିବ।  ଓଡ଼ିଶା ସାହିତ୍ୟ ଏକାଡେମିର ପକ୍ଷରୁ ଶନିବାର ଏହି ଘୋଷଣା କରାଯାଇଛି। ଏଥି ସହ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଚଳିତ ବର୍ଷ ଲାଗି ୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏକ ସ୍ୱତନ୍ତ୍ର ଉତ୍ସବରେ କବି ରମାକାନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମି ସୂଚନା ଦିଆଯାଇଛି।

“ଅତିବଡ଼ୀ ଜଗନ୍ନାଥ ଦାସ’ ପୁରସ୍କାର ପାଇବା ନିମନ୍ତେ ମନୋନୀତ କବି ରମାକାନ୍ତ ରଥ (ଜନ୍ମ-୧୯୩୪) ଓଡ଼ିଆ କବିତା କ୍ଷେତ୍ରରେ ଏକ ସ୍ମରଣୀୟ ବ୍ୟକ୍ତିତ୍ୱା ଭାରତୀୟ ସାହିତ୍ୟରେ ଶ୍ରୀ ରଥ ଅତ୍ୟନ୍ତ ଜଣାଶୁଣା। ଓଡ଼ିଆ କବିତାରେ ଆଧୁନିକ ଶୈଳୀର ପ୍ରୟୋଗରେ ସେ ଅନ୍ୟତମ ପ୍ରବର୍ତ୍ତକା ତାଙ୍କ ରଚିତ “କେତେ ଦିନର’, “ସଚିତ୍ର ଅନ୍ଧାର’, “ଅନେକ କୋଠରୀ’, “ସପ୍ତମ ଋତୁ’, “ସନ୍ଦିଗ୍ଧ ମୃଗୟା’, “ଫେରି ଚାହିଁଲେ’, “ଶ୍ରୀରାଧା’ ଇତ୍ୟାଦି କବିତା ଗ୍ରନ୍ଥ ଅତ୍ୟନ୍ତ ଚର୍ଚ୍ଚିତ। ସେ ମଧ୍ୟ କବୀରଙ୍କ କବିତା ଅନୁବାଦ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେ଼ମୀ, କେନ୍ଦ୍ର ସାହିତ୍ୟ ଏକାଡେ଼ମୀ, କବୀର ସମ୍ମାନ ଓ ସରସ୍ୱତୀ ସମ୍ମାନ ବିଜେତା କବି ରମାକାନ୍ତ କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ସଭାପତି ଭାବରେ କାର୍ଯ୍ୟନିର୍ବାହ କରିଥିଲୋ ପଦ୍ମଭୂଷଣ ଉପାଧି ବିମଣ୍ଡିତ କବି ରମାକାନ୍ତ ଏଯାବତ୍ କବିତା ରଚନା ଅବ୍ୟାହତ ରଖିଛନ୍ତି।

ଏହା ବ୍ୟତୀତ ରାଜ୍ୟର ୧୫ ଜଣ ବୟୋଜ୍ୟେଷ୍ଠ ସାହିତ୍ୟ ସାଧକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେମାନେ ହେଲେ ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, ଶ୍ରୀକୁମାର ଚକ୍ରବର୍ତ୍ତୀ, ସୀତାରାମ ବିର୍ତ୍ତିଆ, ପ୍ରତିମା ମିଶ୍ର, ବଂଶୀଧର ସାହୁ, ବିଜୟ ଚନ୍ଦ୍ର ଜେନା, ସଙ୍କର୍ଷଣ ମଙ୍ଗରାଜ, ଲକ୍ଷ୍ମୀଧର ନାୟକ ଆଦିସ୍ୟ, ଦୁର୍ଯ୍ୟୋଧନ ଦାସ, କୁଞ୍ଜବିହାରୀ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାଶ, ସରୋଜିନୀ ଷଡ଼ଙ୍ଗୀ, ଗିରି ଦଣ୍ଡସେନା ଓ ବ୍ରଜମୋହନ ମିଶ୍ର

Related Posts

About The Author

Add Comment