କବିତା: ଝୁରି ମରେ ତୁମ ପାଇଁ 

Spread the love

କଥା ଦେଇଥିଲି ସବୁ ଭୁଲିଯିବି

ଅତୀତର ଯେତେ କଥା

ଯେଉଁଦିନ ନାଲି ସିନ୍ଦୂର ଭରିଲା

ପ୍ରିୟା ଗୋ ତୁମରିମଥା ।

 

ନାଲି ଶଙ୍ଖା ଚୁଡି ନାଲିର ଅଲତା

ବଉଳପାଟ କୁ ପିନ୍ଧି

ତୁମେ ବସିଥିଲ ବିବାହ ବେଦୀରେ

ସ୍ବାମୀ ହାତେ ହାତ ଛନ୍ଦି ।

 

ଲୋଭନୀୟ ତୁମ ଚାହାଣିର ଛିଟା

ପାଦର ନାଲି ଅଳତା

ନକହି ନକହି କହି ଦିଅ ସହି

ଅନେକ ଅକୁହା କଥା  ।

 

ସବୁ ମୁଁ ଦେଖିଲି ନିରବ ରହିଲି

ମନକୁ ମୋ ବୁଝାଇଲି

ଫୁଲ ସବାରିରେ ବସିପ୍ରିୟା ତୁମେ

ବହୁ ଦୂରେ ଗଲ ଚାଲି  ।

 

ନୂଆ ଯିବନଟେ ଗଢିଲ ବି ତୁମେ

ନୂଆ ସାଥୀଟିଏ ପାଇ

ଦେଇଥିବା କଥା ରଖି ମୁଁ ପାରୁନି

ଝୁରି ମରେ ତୁମ ପାଇଁ।

ଲିଙ୍ଗରାଜ ପଣ୍ଡା

ବାରିପଦା, ଦେବେନ୍ଦ୍ରପୁର,ଆନନ୍ଦମାର୍ଗ ସ୍କୁଲ,

ପିନ୍ ନମ୍ବର -୭୫୭୦୦୩

ଫୋନ୍ ନମ୍ବର- ୮୩୨୮୯୨୯୪୨୧

Related Posts

About The Author

Add Comment