ଜେନାପୁର/୦୩/୦୬/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଳା ବିଂଝାରପୁର ବ୍ଲକ ଏରଡଙ୍ଗ ଅଞ୍ଚଳର ଯୁବ ସମାଜସେବୀ ଶ୍ରୀ ଶିବାଶିଷ ଦାସ ଙ୍କ ମହାନତା ,ଆର୍ଥିକ ସହାୟତା ଓ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିସ୍ଛା ଅଧିକାରୀ ଡ଼ା ନିହାର ରଞ୍ଜନ କର ଙ୍କ ପ୍ରଚେଷ୍ଟା ରୁ ମେଡ଼ିକାଲ କୁ ଏକ ଅକ୍ସିଜେନ କନ୍ସେଟ୍ରେଟର ଆସିଛି ।କରୋନା ମହାମାରୀ ସମୟରେ ରୋଗୀ ମାନେ ଅମ୍ଳଜାନ ଅଭାବରୁ ମୃତ୍ୟୁ ମୁଖ୍ୟରେ ପଡୁଥିବାର ଖବରକୁ ହୃଦୟଙ୍ଗମ କାରି ସୁଦୂର କାନାଡ଼ା ରେ ଜଣେ ଦକ୍ଷ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଶ୍ରୀ ଦାସ ଡ଼ା କର ଙ୍କ ସହ ଯୋଗାଯୋଗ କରି ଏହି ଯନ୍ତ୍ର ଟିକୁ ଜନ ସାଧାରଣ ଙ୍କ ସେବା ପାଇଁ ପ୍ରଦାନ କରିଛନ୍ତି ।ବିଭିନ୍ନ କରୋନା ରୋଗୀ ଙ୍କ ଅମ୍ଳଜାନ ଆବଶ୍ୟକତା କୁ ଏହା ପୂରଣ କରିବା ସହ ଶ୍ୱାସ ଓ ହୃଦରୋଗୀ ଙ୍କ ଅମ୍ଳଜାନ ସମସ୍ୟା କୁ ବି ଦୂର କରି ପାରିବ ବୋଲି ଡ଼ା କର ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି ।ଏହି ମହତ କାର୍ଯ୍ୟ ପାଇଁ ସାମ୍ବାଦିକ ,ବୁଦ୍ଧିଜିବୀ ,ରାଜନେତା ତଥା କବାଟବନ୍ଧ ଅଞ୍ଚଳର ଜନ ସାଧାରଣ ଶ୍ରୀ ଦାସ ଙ୍କୁ ସାଧୁବାଦ ଜଣାଇବା ସହ କବାଟବନ୍ଧ ମେଡ଼ିକାଲ ର ଉନ୍ନତି ପାଇଁ ସଦା ସର୍ବଦା ନିରନ୍ତର ଚେଷ୍ଟା ଚଳାଇ ଥିବା ଯୁବ ସମାଜସେବୀ ରୋଟାରୀଆନ ଡ଼ା ନିହାର ରଞ୍ଜନ କର ଙ୍କୁ ପ୍ରଶଂସା କରିଛନ୍ତି ।
ତାଜା ଖବର
- ବାପ-ମା’ ଛେଉଣ୍ଡ ଆଦିବାସୀ ପୂର୍ଣ୍ଣ ମୁଣ୍ଡା ଖୋଜୁଛନ୍ତି ବଞ୍ଚିବାର ରାହା; ଅନ୍ଧ, ମୂକ ଓ ବଧିର ହୋଇ ସରକାରୀ ସୁବିଧାରୁ ବଞ୍ଚିତ*
- ଗୋପାଳପୁର ଏମସିଏଲ ରାସ୍ତା ଲୋକଙ୍କ ପାଇଁ ଅଭିଶାପ,ରୀତିମତ ଯାଉଛି ଅଞ୍ଚଳ ଲୋକଙ୍କ ଜୀବନ
- ବାଲିଶଙ୍କରା ବ୍ଲକର କୃଷି କାର୍ଯ୍ୟାଳୟ ରେ ଚାଷୀ ଙ୍କୁ ବିହନ ବଣ୍ଟନ
- ସଡ଼କ ଯୋଜନା ତଳସରା ପଞ୍ଚାୟତକୁ ଅପହଞ୍ଚ, ଗ୍ରାମାଞ୍ଚଳ ର ରାସ୍ତାଘାଟ ଜରାଜୀର୍ଣ ଅବସ୍ଥା
- *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*
- ଏମସିଏଲ ବସୁନ୍ଧରା ଡିଏଭି ସ୍କୁଲରେ କାର୍ଗିଲ ଦିବସ ପାଳିତ
- ଯାଜପୁର ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- କଳିଙ୍ଗନଗରରେ ଅଲୌକିକ ଦୃଶ୍ୟ: ବାହୁଡ଼ା ଯାତ୍ରା ଅବସରରେ ପୂର୍ବତନ ଶିକ୍ଷକଙ୍କ ଘରେ ପ୍ରକଟିତ ହେଲେ ‘ଜଗନ୍ନାଥ ରୂପୀ’ ପ୍ରଜାପତି
- ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ


