କବାଟବନ୍ଧ ଗ୍ରାମପଞ୍ଚାୟତ ତରଫରୁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ

Spread the love
ଜେନାପୁର, ୯/୦୬ (ସନ୍ଧାନ ନିଉଜ୍) ଧର୍ମଶାଳା ବ୍ଳକ ଅନ୍ତର୍ଗତ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କବାଟ ବନ୍ଧ ଗ୍ରାମ ପଞ୍ଚାୟତ ତରଫରୁ କରୋନା ଯୋଦ୍ଧା ରୂପେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ,ପୋଲିସ, ଅଙ୍ଗନବାଡି କର୍ମୀ ,ଆଶା କର୍ମୀ, ସରପଞ୍ଚ, ସମିତି ସଭ୍ୟ, ୱାଡ଼ ମେମ୍ବର ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କବାଟବନ୍ଧ ସରପଞ୍ଚ ଙ୍କ ସଭାପତିତ୍ୱ ରେ ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ,କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର ଓ ସମସ୍ତ ମେଡିକାଲ କର୍ମଚାରୀ,ସାମ୍ବାଦିକ ପରମାନନ୍ଦ ସାହୁ, ସୁବ୍ରତ କୁମାର ସାହୁ, ବାବୁଲି ରାଉତ, ପ୍ରଶାନ୍ତ କୁମାର  ସାମଲଙ୍କୁ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟକୁ ନିଷ୍ଠା ର ସହ ସମ୍ପାଦନ କରିଥିବା ନେଇ ସରପଞ୍ଚ ନିଜ ବକ୍ତବ୍ୟ ରେ କହିଥିଲେ । ସେହିପରି ଏହି କରନା ସମୟରେ ସମସ୍ତ ସଚେତନ ନାଗରିକ ଜଣେ ଜଣେ ଯୋଦ୍ଧା ବୋଲି କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ନିହାର ରଞ୍ଜନ କର ନିଜ ଅଭିଭାଷଣରେ କହିଥିଲେ । ସଙ୍ଗଠନ ପକ୍ଷରୁ ଆଜିର ଏହି ସଭାରେ ଅଂଶଗ୍ରହଣ କରିଥିଲେ । ପୂର୍ବତନ ସରପଞ୍ଚ ଗଣେଶ୍ୱର ପରିଡ଼ା,ଅକ୍ଷୟ ସାହୁ, ଭାସ୍କର ମହାରଣା, ସୋମନାଥ ଧଳ, ସୁବୋଧ ବାରିକ, ରାମଚନ୍ଦ୍ର ରଣା, ବୈକୁଣ୍ଠ ସାହୁ, ବନମାଳୀ ପଲେଇ, ସୁକାନ୍ତ ପରିଡା, ମନୋଜ ରାଉତ, ପଦ୍ମଲୋଚନ ପାତ୍ର, ସନ୍ତୋଷ ରାଉତ, ଦିଲୀପ ପଲେଇ, ଗୋବର୍ଦ୍ଧନ ଜେନା, ବିଚିତ୍ର ସ୍ୱାଇଁ, ଜ୍ଞାନେନ୍ଦ୍ର ଦାସ, ଉଦୟ ନାଥ ଜେନା, ବ୍ରଜବନ୍ଧୁ ସାହୁ, ଅନନ୍ତଜେନା,କୃଷ୍ଣଚନ୍ଦ୍ର ସ୍ୱାଇଁ, ଉପେନ୍ଦ୍ର ସାହୁ,ସୋମେନ୍ଦ୍ର ବେହେରା, ରଘୁନାଥ ମହାରଣା, ହୃଦୟ ରଂଜନ ବେହେରା, ଭରତ ବସନ୍ତିଆ, ମଧୁସୂଦନ ରଣା, ତ୍ରିଲୋଚନ ପରିଡା, ମାନସୀ ମୁଣ୍ଡା ପ୍ରମୁଖ ଯୋଗଦେଇଥିଲେ ।
REPORT- ANITA BEHERA 

Related Posts

About The Author

Add Comment