ଧର୍ମଶାଳା, ୨୪/୦୨(ସନ୍ଧାନ ନିୟୁଜ/ବିମଲ ବେହେରା) ଧର୍ମଶାଳା ବ୍ଲକର ୧୮ଟି ସ୍ଥାନରେ ମେଟି୍ରକ ପରୀକ୍ଷା କେନ୍ଦ୍ର କରାଯାଇ ପରୀକ୍ଷା ଚାଲୁଥିବା ବେଳେ କେତକ ସେଂଟରେ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରାଯାଇ କପି ଯୋଗାଇ ଦିଆଯାଉଛି । ସେଥିମଧ୍ୟରୁ ନେଉଳପୁର ନୀଳସୁନ୍ଦର ଉଚ୍ଚବିଦ୍ୟାଳୟ ଏବଂ ମଧୁପୁରୁଗଡ ଉଚ୍ଚବିଦ୍ୟାଳୟ କପିରେ ଆଗରେ ରହିଥିବା ଅଭିଯୋଗ ହେଉଛି । ଆଜି ମଧୁପୁରୁଗଡ ଉଚ୍ଚବିଦ୍ୟାଳୟରେ କପି କରୁଥିବା ବେଳେ ସ୍କାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ୬ଜଣ ପିଲାଙ୍କୁ କପି କରୁଥିବା ଅବସ୍ଥାରେ ଧରାପଡି ଏକ୍ସଫେଲ ହୋଇଥିବା ସୂଚନା ମିଳିଛି । ତେବେ ସବୁ ସେଂଟରେ ଜଣେ ଜଣେ ଅବଜରଭର ରହିଥିବା ବେଳେ ମଧୁପରୁଗଡ ସେଂଟରେ ଅବଜରଭର ଧୃବ ଚରଣ ଦାସଙ୍କ ଏବଂ ସେଂଟର ସୁପରିଟେଂଡଙ୍କ ପ୍ରୟାବିତି ଯୋଗୁ ଏଭଳି କପି କରାଯାଉଥିବା ଚର୍ଚ୍ଚା ଚାଲିଛି ।
କପି କରି ମଧୁପୁରଗଡ ଉଚ୍ଚବିଦ୍ୟାଳୟରେ ୬ ଧରାପଡ଼ିଲେ
|
February 24, 2020 |