ବାରିପଦା, ୦୧.୦୧.୨୦୨୧( ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): – ନୂଆବର୍ଷ ୨୦୨୧ ପାଇଁ ନୂଆ ଆତିଥ୍ୟ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ପହଁଚିଲା ଆଉ ଏକ ହାତୀ ଛୁଆ । ଏହି ହାତୀ ଛୁଆର ବୟସ ମାତ୍ର ତିନି ମାସ । ବ୍ରହ୍ମପୁର ବନଖଣ୍ଡରୁ ଉଦ୍ଧାର ହୋଇଥିବା ଏହି ତିନି ମାସର ହାତୀଛୁଆକୁ ସ୍ଵତନ୍ନ ଗାଡି ଯୋଗେ କପିଳାସ ନିଆଯାଇଛି । ତେବେ ବ୍ରହ୍ମପୁରରୁ ଏକ ସ୍ବତନ୍ନ ଭାବେ ଏତ ଟିମ୍ ରେ ବନ କର୍ମଚାରୀ ଓ ଚିକିତ୍ସକ ମିଶି କପିଳାସରେ ପହଞ୍ଚିଛନ୍ତି । ଏହି ହାତୀ ଛୁଆ ବାହାରୁ ଆସୁଥିବାରୁ ତାକୁ କିଛିଦିନ ସଂଗରୋଧରେ ରଖାଯିବା ରକ୍ତ ପରୀକ୍ଷା ସହ ସ୍ୱାସ୍ଥ୍ୟ ଆଦି ପରୀକ୍ଷା କରିବା ଓ ତାକୁ ସ୍ବତନ୍ତ୍ର ଭାବେ ଏକ ଘରେ ରଖାଯିବ । ଥଣ୍ଡା ଶୀତ ଦାଉରୁ ରକ୍ଷା ଓ ତାର ଖାଦ୍ୟ ଆଦି ଦିଗରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏପରିକି ଏହି ହାତୀ ଛୁଆ ପାଇଁ ଜଣେ ସ୍ଵତନ୍ତ୍ର ଡାକ୍ତର ଓ କର୍ମଚାରୀ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି ଢେଙ୍କାନାଲ ବନଖଣ୍ଡ ଅଧଗକାରୀ । ଏହି ହାତୀ ଉଦ୍ଧାର କେନ୍ଦ୍ରରେ ନୂଆ ଅତିଥୁ ତିନି ମାସର ହାତୀ ଛୁଆକୁ ମିଶାଇ ଏବେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଛୋଟ ହାତୀ ସଂଖ୍ୟା ପାଞ୍ଚରେ ପହଞ୍ଚିଛି । ପୂର୍ବରୁ ଏଠାରେ ଚନ୍ଦ୍ର,କାର୍ତ୍ତିକ ଓ ଉମା ନାମକ ୧୦ରୁ ୧୩ ବର୍ଷର ୩ଟି ଓ ହିରୋ ନାମକ ତିନି ବର୍ଷର ହାତୀ ଛୁଆ ରହୁଥିଲେ । ଫଳରେ ଏହି କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ପୁଣି ଏକ ହାତୀ ଛୁଆ ଆଗମନରେ ଚିଡ଼ିଆଖାନାକୁ ଲାଗି ରହିଥିବା ଏହି ହାତୀ ଉଦ୍ଧାର କେନ୍ଦ୍ର ଚଳଚଞ୍ଚଳ ହୋଇ ଉଠିଛି ।



