କନ୍ଧମାଳ ଏସପିଙ୍କ ନିକଟରେ ମହିଳା କ୍ୟାଡର ମାଓବାଦୀ ଙ୍କ ଆତ୍ମ ସମର୍ପଣ : ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ 

Spread the love
କନ୍ଧମାଳ,୦୮/୦୮/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଜଣେ ମହିଳା କ୍ୟାଡର ମାଓବାଦୀ କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି l ମହିଳା ମାଓବାଦୀ ଜଣକ ହେଲେ କାନ୍ତି ମଲିକ। ଅନେକ ମାଓ କାର୍ଯ୍ୟକଳାପରେ ସେ ଦୀର୍ଘ ଦିନ ଧରି ସଂପୃକ୍ତ ଥିଲେ।ସୂଚନାନୁଯାୟୀ, ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ଗାଙ୍ଗରଙ୍ଗା ଗ୍ରାମରେ କାନ୍ତିଙ୍କ ଘର । ରାଜ୍ୟ ସରକାରଙ୍କର ଉନ୍ନୟନ୍ନ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ କାନ୍ତି ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କହିଛନ୍ତି । ଏହାସହ ଜଙ୍ଗଲରେ ସିନିୟର ମାଓନେତାଙ୍କ ବ୍ୟବହାରକୁ ନାପସନ୍ଦ କରିବା ସହ ଅତିଷ୍ଟ ହୋଇପଡିଥିଲେ କାନ୍ତି । ସେହିପରି ନିୟମିତ ଭାବେ ପୋଲିସର ଆଣ୍ଟି ନକ୍ସଲ ଅପରେସନ ଜୋରଦାର ହେଉଥିବା କାରଣରୁ କେତେକାଂଶରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିବା ବିଷୟ କନ୍ଧମାଳ ପୋଲିସ ଏସ.ପି ଭିନିତ ଅଗ୍ରୱାଲ କହିଛନ୍ତି ।ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ପ୍ୟାକେଜର ସୁଯୋଗ ନେବା ପାଇଁ ମଧ୍ୟ ଏସ.ପି ପରାମର୍ଶ ଦେଇଛନ୍ତି । ଆତ୍ମସମର୍ପଣ ପରେ କାନ୍ତି ନିଜ ମନ୍ତବ୍ୟରେ କହିଛନ୍ତି ଯେ,ସେ ସ୍କୁଲରେ ପଢ଼ୁଥିବା ସମୟରେ ମାଓବାଦୀମାନେ ତାଙ୍କୁ କ୍ରାନ୍ତି ଓ ଦେଶସେବା ନାଁରେ ଡାକିନେଇ ନକ୍ସଲ ସଂଗଠନରେ ସାମିଲ କରାଇଥିଲେ । କିନ୍ତୁ ପ୍ରକୃତ ପକ୍ଷେ ନକ୍ସଲମାନେ ଆନ୍ଦୋଳନ ନାମରେ ବିକାଶକୁ ବିରୋଧ କରୁଥିବା ଓ ଅଯଥାରେ ନୀରିହ ମାନଙ୍କୁ ହତ୍ୟା କରୁଥିବା ସେ ତାଙ୍କ ଅଭିଜ୍ଞତାରୁ ଅନୁଭବ କରିଥିବା ବିଷୟ ପ୍ରକାଶ କରିଛନ୍ତି । ଫଳରେ ନକ୍ସଲ ଆନ୍ଦୋଳନ ପ୍ରତି ବୀତସ୍ପୃହ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି ।

Related Posts

About The Author

Add Comment