କନ୍ଧମାଳରେ କଳାହାଣ୍ଡି ପୋଲିସକୁ ମାଡ଼ ମାରିବା ଘଟଣାରେ ୨ ଗିରଫ

Spread the love
ବାଲିଗୁଡ଼ା:  (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳରେ କଳାହାଣ୍ଡି ପୋଲିସକୁ ମାଡ଼‌‌‌ ମାରିବା ଘଟଣାରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ତୁମୁଡ଼ିବନ୍ଧ ଥାନା ପୋଲିସ୍ । ଘଟଣା ପ୍ରକାରେ ଗତ ଗୁରୁବାର ଦିନ ବାଲିଗୁଡ଼ା ଥାନା ସୁକୁଙ୍ଗିଆ ଅଞ୍ଚଳରେ ଲୁଚି ରହିଥିବା ନେଇ ମୋବାଇଲ୍ ନମ୍ବର୍ ଟ୍ରାକିଂ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ କଳାହାଣ୍ଡିର ତିନିଜଣ ପୋଲିସ୍ ସାଧା ପୋଷାକରେ ସୁକୁଙ୍ଗିଆ ଅଞ୍ଚଳରେ ପହଁଚି ଅଭିଯୁକ୍ତକୁ ଧରିବାରେ ରେ ପୋଲିସ୍ କବଳରୁ ମୁକୁଳି ଯାଇ ଗାଁ ଲୋକଙ୍କୁ ପାଟିକରି ପୋଲିସକୁ ଅପହରଣକାରୀ କହିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧା ପୋଷାକଧାରୀ କଳାହାଣ୍ଡି ପୋଲିସ୍ ଘଟଣାସ୍ଥଳରୁ ଫେରିବା ବେଳେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ପନ୍ଦରମାଇଲ୍ ଛକ ନିକଟରେ କିଛି ଦୁର୍ବୃତ୍ତ ପୋଲିସକୁ ଅଟକାଇ ତାଙ୍କ ସର୍ଭିସ୍ ରିଭଲଭର ଛଡ଼ାଇ ନେବାସହ ମୋବାଇଲ୍ ଓ ୭ ହଜାର ଟଙ୍କା ଛଡ଼ାଇ ନେବାପରେ ତିନିଜଣ ସାଧା ପୋଷାକଧାରୀ ପୋଲିସଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଖବରପାଇ ତୁମୁଡ଼ିବନ୍ଧ ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ସମ୍ପୃକ୍ତ କଳାହାଣ୍ଡି ପୋଲିସଙ୍କୁ ଉଦ୍ଧାର କରି ତୁମୁଡ଼ିବନ୍ଧ ନେବା ସହ ଘଟଣା ସମ୍ପର୍କରେ ସେମାନଙ୍କୁ ପଚାରି ବୁଝିବା ସହ ପ୍ରାଥମିକ ଚିକିତ୍ସା କରାଇ କଳାହାଣ୍ଡି ପଠାଇ ଦେଇଥିଲେ । ଘଟଣାକୁ ଗୁରୁତର ସହ ନେଇ ତୁମୁଡ଼ିବନ୍ଧ ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ଭିଡିଓ ଫୁଟେଜକୁ ଆଧାର କରି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଗିରଫ ଦୁଇଜଣ କୁର୍ତ୍ତମଗଡ଼ର ମେନୁ ଅଲ୍ଲୀ ସାହା ଓ ପରମପଙ୍ଗା ପଞ୍ଚାୟତର ବାଲିମାହା ଗ୍ରାମର ଜହନ ଦିଗାଳ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଘଟଣାର ତଦନ୍ତ ଜାରି ରହିଛି, ଏହି ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ସୂଚନା ଦେଇଛନ୍ତି।

Related Posts

About The Author

Add Comment