କଦଳା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ

Spread the love

ଯାଜପୁର/ଧର୍ମଶାଳା (ସନ୍ଧାନ ନିୟୁଜ/ମାନସ ରାଉତ)  
କଦଳା ଜଗନ୍ନଥ ମନ୍ଦିରର ପ୍ରତିଷ୍ଠା ଉସôବ ମହାସମାରୋହରେ ପୂଜାବିଧି ଅନୁସାରେ ସମ୍ପନ୍ନ ହୋଇଛି । ପ୍ରଥମେ ଏହି ସ୍ଥାନରେ ସୋପ୍ନଶ୍ୱର ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ମାତ୍ର ଏଠାରେ ବାବା ଏକାଠି ନରହିବା ପାଇଁ ବାରାମ୍ବାର କର୍ତ୍ତା କେଶବ ଜେନାଙ୍କୁ ସ୍ୱପ୍ନାଦେଶ ଦେଇ ଏଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ କହିଥିଲେ । ଏଠାରେ ଜଗନ୍ନାଥଙ୍କ ମହିମା ଏବଂ ବାବା ସୋପ୍ନଶ୍ୱରଙ୍କ ଅଲେିକିତାରେ ଖୁବୁ ଶୀଘ୍ର ଜଗନ୍ନାଥ ମନ୍ଦିରର ନିର୍ମାଣ ପାଇଁ ଶୁଭରାମ୍ଭ କରାଯାଇଥିଲା । ସେହିପରି ଦାରୁ ଚୟନରେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହେବା ଭଳି ଦେଖାଯାଇଥିଲା । ବାଲିଗରି ଗ୍ରାମରେ ଜଣଙ୍କ ବାଡିରେ ଏକ ଲିମ୍ବ ଗଛରେ ଚକ୍ର, ଗଦା, ଏବଂ ଓମ ସଦୃଶ୍ୟ ଚିହ୍ନ ଦେଖାଦେଇଥିଲା । ଏପରିକି ବହୁ ପୁର୍ବରୁ ଉକ୍ତଲିମ୍ବ ଗଛକୁ ନକାଟିବା ପାଇଁ ଜୌନିକ ସାଧୁ କହିଥିବା ବେଳେ ସେଥିରେ ଦାରୁ ନିର୍ମାଣ କରାଯିବା ବୋଲି ସୂଚିତ କରିଥିଲେ । ଫଳରେ ଲିମ୍ବଗଛଟିକୁ କଟାଯାଇନଥିଲା । ପରେ ବ୍ରହ୍ମଣ ପଣ୍ଡିତ ମାନଙ୍କ ସହିତ ଲିମ୍ବଗଛମୂଳରେ ବିଧିସମ୍ପନ୍ନ ପୂର୍ବକ ପୂଜାର୍ଚ୍ଚନା କରାଯାଇ ଦାରୁ ଚେଦନ ପକ୍ରିୟା ଏବଂ ଦାରୁ ନିର୍ମାଣ କାର୍ଯ୍ୟ ଶେଷ କରାଯାଇଥିଲ । ୮ତାରିଖ ଠାରୁ ମନ୍ଦିରର ପ୍ରତିଷ୍ଠା ଉସôବ ଆରମ୍ଭ କରାଯାଇ ରୁକ୍ମଣୀ ପୂଜା କରାଯାଇଥିଲା । ୯ତାରିଖ ୧୦୮କଳସ ଶୋଭାଯାତ୍ରାରେୂ ନିକଟସ୍ଥ ଚମ୍ପାଝରରୁ ଜଳଆଣିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଦିବସରେ ସୂର୍ଯ୍ୟପୂଜା, ଗୋପୂଜା କରାଯାଇ ବିଗ୍ରହ ଗୁଡିକର ମହାସ୍ନାନ ପୂଜା ଉସôବ କରାଯାଇଥିଲା । ଶେଷ ଦିନରେ ପ୍ରଭୃଙ୍କ ନବଜୌବନ ଦର୍ଶନ କାନ୍ତି ଏବଂ ଚକ୍ଷୁଦାନ କରାଯାଇ ମନ୍ଦିର ପ୍ରବେଶ ଉସôବ ଏବଂ ପ୍ରତିଷ୍ଠା ଉସôବ ଉଦଯାପନ କରାଯାଇଛି । ଏହି ତିନିଦିନରେ ହାଜର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୃଙ୍କ ଦର୍ଶନ କରିଥିଲେ । ପ୍ରତ୍ୟହ ସଂଧ୍ୟାରେ ଭକ୍ତିସଂଗୀତ, କିର୍ତ୍ତନ, ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ କର୍ତ୍ତାକତ୍ତୀ ଭାବେ କେଶବ ଜେନା, ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ଜେନା, ଉପକର୍ତ୍ତାକର୍ତ୍ତୀ ଭାବେ ସୁରେଶ ରାଉତ ତାଙ୍କ ପତ୍ନୀ ସୁବାଶୀନି ରାଉତ କାର୍ଯ୍ୟ ତୁଲାଇଥିବା ବେଳେ ବିଶିଷ୍ଟ ପଣ୍ଡିତ କମଳ ଲୋଚନ ଶତପଥୀଙ୍କ ନେତୃତ୍ୱରେ ପଣ୍ଡିତ ସୁରେନ୍ଦ୍ରନାଥ ବ୍ୟାସ, ରଙ୍ଗାଧର ପଣ୍ଡା, ଅରୁଣ କୁମାର ରଥ, ଦୁଖଃଶ୍ୟାମ ଦାଶ, ଲକ୍ଷ୍ମୀନାରାୟଣ ବ୍ୟାସ ପୂଜାବିଧି କାର୍ଯ୍ୟ କରିଥିଲେ । ପ୍ରକାଶ କୁାମର ରାଉତ, ସୁଧାଂଶୁ ସ୍ୱାଇଁ, ନିରଞ୍ଜନ ରାଉତ, ସନ୍ତୋଷ କୁମାର ରାଉତ, ସାଗର ସାମଲ, ମନୋଜ ରାଉତ, ଅରୁଣ ସାମଲ, ସୁଶାନ୍ତ ସ୍ୱାଇଁ, ଯୁଧିଷ୍ଟିର ପରିଡା, ଅର୍ଜନୁ ପରିଡା, ସଙ୍ଗମ ବେହୁରା , ଦେବାଶିଷ ପରିଡା, ସନ୍ତୋଷ ଦାସ, ମାନସ ରାଉତ, ଶୀତ ବେହୁରା, ଶରତ ବେହୁରା, ସୁବାଶ ଜେନା, ରଜତ ଖୁଂଟିଆ, ମଂଟୁ ପାତ୍ର, ଟୁଟୁ ସାହୁ ପ୍ରମୁଖ ପରିଚାଳନା କରିବା ସହିତ ଗ୍ରାମବାସୀ ମାନେ ସାହାର୍ଯ୍ୟ ସହଯୋଗ କରିଥିଲେ ।

https://www.youtube.com/watch?v=uViqnNjZapw

Related Posts

About The Author

Add Comment