ଭଦ୍ରକ, ୪/୩/୨୦ (ସନ୍ଧାନ ନିଉଜ) : ଭଦ୍ରକ ୧୬ନଂ ଜାତୀୟ ରାଜପଥର ଚରମ୍ପା ଧାମରା ଓଭର ବ୍ରିଜ୍ ନିକଟରେ ସଡକ ଦୁର୍ଘଟଣା ଘଟି ଜଣେ ମୃତ, ୩ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଓଡି-୨୨ଏମ୍-୮୮୨୯ ନଂ ସୁଇଫ୍ଟ ଡିଜାୟାର କାର ଭଦ୍ରକ ବାଲେଶ୍ୱର ଆଡକୁ ଯିବା ସମୟରେ ରାସ୍ତା ପାଶ୍ୱର୍ରେ ଥିବା ଏଚ୍ଆର୫୫ଏସି୬୮୯୨ ନଂ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ, ସ୍ୱେଚ୍ଛାସେବୀ ସଂଗଠନ, ୟୁଡି ଗ୍ରୁପ୍, ବିଏସ୍ଏସ୍ ଗ୍ରୁପ୍ ଘଟଣା ସ୍ଥଳରେ ପହଞ୍ôଚ ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁଇଜଣଙ୍କୁ ପ୍ରଥମେ ଭଦ୍ରକ ମେଡିକାଲକୁ ଆଣିଥିଲେ । ପରେ ଚେନ୍ ପୁଲି ଦ୍ୱାରା ଟ୍ରକ୍ ପଛରୁ କାରକୁ କଡାଯିବା ପରେ ଅନ୍ୟ ଦୁଇଜଣଙ୍କୁ କଡାଯାଇ ଭଦ୍ରକ ମେଡିକାଲକୁ ଅଣାଯାଇଛି । ତେବେ ଭଦ୍ରକ ମେଡିକାଲରେ ରାଜେଶ ମଲ୍ଲିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଚିନ୍ମୟ ଭୋଇ ଓ ପିଣ୍ଟୁ ମହାନ୍ତିଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ଜଗବନ୍ଧୁ ନାୟକ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ସମସ୍ତେ ବାସୁଦେବପୁର ଅଂଚଳର ବୋଲି ଜଣାପଡିଛି ।
କଣ୍ଟେନରକୁ ପଛରୁ ପିଟିଲା କାର, ୧ ମୃତ ୩ ଗୁରୁତର
|
March 4, 2020 |