କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କୃତି ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ

Spread the love

ସୁନ୍ଦରଗଡ଼ ତା:୦୨-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ବାଲିଶଙ୍କରା ବ୍ଲକ କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କୃତି ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନଡେଗା ପଞ୍ଚାୟତ ସରପଞ୍ଚ ଶ୍ରୀମତି ଲଷ୍ମୀପ୍ରିୟା ଲାକ୍ରା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ l କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁନିତା କୁଜୁର, କୁଞ୍ଜ ବିହାରୀ ପଟେଲ, ମନୋଜ କୁମାର କୁଜୁର ମୋର୍ଗୀ ଲାରଙ୍ଗ, ଅର୍ଚନା ସେନାପତି,ପ୍ରଦୀପ କୁମାର ଜେନା, ନୀଳାବତୀ ବାର୍ଲା, ଅଶୋକ କୁମାର ପଟେଲ, ରାଧି ବାଗ, ବୁଧଦେବ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l ଫୁଟବଳ, କବାଡି, ଲମ୍ବଡିଆଁ, ଉଚ୍ଚ ଡିଆଁ, ସଟଫୁଟ,ଦୌଡ଼ ପ୍ରତିଯୋଗିତା ଭଳିଆ ଖେଳ ରେ ଛାତ୍ର ଛାତ୍ରୀ ମାନେ ଭାଗ ନେଇ ଭଲ ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ଟି ୩ଟି କ୍ଳଥଷ୍ଟର ଯଥା -ତଲସରା, ଶାଗ ବାହାଲ, ଓ ଲୁଲୁକି ଡ଼ିହି ରେ ମୋଟ ୨୩ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଭାଗ ନେଇଥିଲେ l

Related Posts

About The Author

Add Comment